ଟୋଲ୍‌ ଆଦାୟକୁ ବିରୋଧ କରି ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ

<p>ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର)&nbsp;: ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍&zwnj; ୱେର ମସ୍କକାନୀରେ ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାଗରିକ କମିଟି ବିରୋଧ କରିଛି। ଟୋଲ୍&zwnj; ଆଦାୟକୁ ବିରୋଧ କରି ଆଜି ସୁନ୍ଦରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ପାଇଁ ଟୋଲ୍&zwnj; ଆଦାୟ ହେଉଥିଲା। ଜିଲ୍ଲାବାସୀ ଦୀର୍ଘ ୧୭ ବର୍ଷ ଟୋଲ୍&zwnj; ଦେଇଛନ୍ତି। ଏବେ ଏହି ରାସ୍ତାର କେବଳ ଉନ୍ନତିକରଣ କରାଯାଇ ଏହାକୁ ବିଜୁ ଏକ୍ସପ୍ରେସ ୱେ ନାଁରେ ନାମିତ କରାଯାଇଛି। ତେଣୁ ପୁଣି ଥରେ କାହିଁକି ଟୋଲ୍&zwnj; ଆଦାୟ କରାଯିବ ବୋଲି କମିଟି ପ୍ରଶ୍ନ କରିଛି। କେବଳ ସୁନ୍ଦରଗଡ଼ ନୁହେଁ ଏକ୍ସପ୍ରେସ ୱେର ସମ୍ବଲପୁର-ରେଙ୍ଗାଲି ଓ ରାଜଗାଙ୍ଗପୁର ଲାଇନ୍&zwnj;ରେ ଥିବା ଟୋଲ୍ ଗେଟ୍&zwnj;ର ଟୋଲ ଆଦାୟକୁ ମଧ୍ୟ ସ୍ଥାନୀୟ ଲୋକ ଜୋରଦାର ବିରୋଧ କରିଛନ୍ତି। ସମ୍ବଲପୁର ଜିଲ୍ଲାର ଗାଡିକୁ ଟୋଲ୍&zwnj; ଆଦାୟରୁ ବାଦ୍ ଦେବାକୁ ଲୋକେ ଦାବି କରିଛନ୍ତି।</p> <p>ବିଜୁ ଏକ୍ସପ୍ରେସ ୱେ ପିପିପି ମୋଡ୍&zwnj;ରେ ତିଆରି ହୋଇଛି। ତେଣୁ ବିନିଯୋଗ ଅର୍ଥ ଉଠିବା ପର୍ଯ୍ୟନ୍ତ ଟୋଲ୍&zwnj; ଆଦାୟ କରିବାକୁ ପଡିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଏହି ରାସ୍ତା ନିର୍ମାଣରେ ରାଜ୍ୟ ସରକାର ୩୪ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ ଅବଶିଷ୍ଟ ୬୬&nbsp; ପ୍ରତିଶତ ଅର୍ଥ ଏଲଆଣ୍ଡଟି ବିନିଯୋଗ କରିଛି। ଏକ୍ସପ୍ରେସ ୱେରେ ପ୍ରତିଷ୍ଠା କରାଯାଇଥିବା ୩ଟି ଟୋଲ୍ ଗେଟ୍ ଜରିଆରେ ଦିନକୁ ୫୦ ଲକ୍ଷ କରି ୧୯ ବର୍ଷ ଯାଏଁ ଟୋଲ୍&zwnj; ଆଦାୟ ଲାଗି ଲକ୍ଷ୍ୟ ରହିଛି।</p>

Ordigital Desk
  • Published: Saturday, 17 March 2018
  • Updated: 17 March 2018, 07:48 AM IST

Sports

Latest News

<p>ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର)&nbsp;: ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍&zwnj; ୱେର ମସ୍କକାନୀରେ ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାଗରିକ କମିଟି ବିରୋଧ କରିଛି। ଟୋଲ୍&zwnj; ଆଦାୟକୁ ବିରୋଧ କରି ଆଜି ସୁନ୍ଦରଗଡ଼ ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ପାଇଁ ଟୋଲ୍&zwnj; ଆଦାୟ ହେଉଥିଲା। ଜିଲ୍ଲାବାସୀ ଦୀର୍ଘ ୧୭ ବର୍ଷ ଟୋଲ୍&zwnj; ଦେଇଛନ୍ତି। ଏବେ ଏହି ରାସ୍ତାର କେବଳ ଉନ୍ନତିକରଣ କରାଯାଇ ଏହାକୁ ବିଜୁ ଏକ୍ସପ୍ରେସ ୱେ ନାଁରେ ନାମିତ କରାଯାଇଛି। ତେଣୁ ପୁଣି ଥରେ କାହିଁକି ଟୋଲ୍&zwnj; ଆଦାୟ କରାଯିବ ବୋଲି କମିଟି ପ୍ରଶ୍ନ କରିଛି। କେବଳ ସୁନ୍ଦରଗଡ଼ ନୁହେଁ ଏକ୍ସପ୍ରେସ ୱେର ସମ୍ବଲପୁର-ରେଙ୍ଗାଲି ଓ ରାଜଗାଙ୍ଗପୁର ଲାଇନ୍&zwnj;ରେ ଥିବା ଟୋଲ୍ ଗେଟ୍&zwnj;ର ଟୋଲ ଆଦାୟକୁ ମଧ୍ୟ ସ୍ଥାନୀୟ ଲୋକ ଜୋରଦାର ବିରୋଧ କରିଛନ୍ତି। ସମ୍ବଲପୁର ଜିଲ୍ଲାର ଗାଡିକୁ ଟୋଲ୍&zwnj; ଆଦାୟରୁ ବାଦ୍ ଦେବାକୁ ଲୋକେ ଦାବି କରିଛନ୍ତି।</p><p>ବିଜୁ ଏକ୍ସପ୍ରେସ ୱେ ପିପିପି ମୋଡ୍&zwnj;ରେ ତିଆରି ହୋଇଛି। ତେଣୁ ବିନିଯୋଗ ଅର୍ଥ ଉଠିବା ପର୍ଯ୍ୟନ୍ତ ଟୋଲ୍&zwnj; ଆଦାୟ କରିବାକୁ ପଡିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଏହି ରାସ୍ତା ନିର୍ମାଣରେ ରାଜ୍ୟ ସରକାର ୩୪ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ ଅବଶିଷ୍ଟ ୬୬&nbsp; ପ୍ରତିଶତ ଅର୍ଥ ଏଲଆଣ୍ଡଟି ବିନିଯୋଗ କରିଛି। ଏକ୍ସପ୍ରେସ ୱେରେ ପ୍ରତିଷ୍ଠା କରାଯାଇଥିବା ୩ଟି ଟୋଲ୍ ଗେଟ୍ ଜରିଆରେ ଦିନକୁ ୫୦ ଲକ୍ଷ କରି ୧୯ ବର୍ଷ ଯାଏଁ ଟୋଲ୍&zwnj; ଆଦାୟ ଲାଗି ଲକ୍ଷ୍ୟ ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos