ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ସୁନୀଲ କୁମାର ମିଶ୍ର

sunil-mishra

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଇଛନ୍ତି ସୁନୀଲ କୁମାର ମିଶ୍ର। ଆଜି ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ଏସ୍‌.ସି ଜମୀର ଶ୍ରୀ ମିଶ୍ରଙ୍କୁ ଶପଥ ପାଠ କରାଇଛନ୍ତି। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ରାଜ୍ୟ ସୂଚନା ଆୟୁକ୍ତ ଏଲ୍‌.ଏନ୍‌ ପଟ୍ଟନାୟକ, ଶଶିପ୍ରଭା ବିନ୍ଧାଣୀ ପ୍ରମୁଖ ଉପସ୍ଥିତ ଥିଲେ।

Previous ArticleNext Article

Send this to a friend