ଜାମିନ ପାଇଲେ ରାମଚନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ମିଳିଲା ଜାମିନ। ନବଦିଗନ୍ତ ଚିଟଫଣ୍ଡ୍ ଠକେଇ ମାମଲାରେ ୨୦୧୪ରୁ ଜେଲ୍‌ରେ ଥିବା ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି । ଏନେଇ ହାଁସଦାଙ୍କ ଓକିଲ ଅଭିଜିତ ପଟ୍ଟନାୟକ ଓ ଅକ୍ଷୟ ମହାନ୍ତି ଏହି ସୂଚନା ଦେଇଛନ୍ତି। ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିଥିଲା। ବିଜେଡି ଟିକେଟରେ ସେ ମୟୂରଭଞ୍ଜରୁ ଜିତିଥିଲେ। ଗିରଫ ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ସୂଚନାଯୋଗ୍ୟ,ପୂର୍ବରୁ ହାଁସଦାଙ୍କ ଜାମିନ […]

Ramchandra-Hansda-

Ramchandra-Hansda-

Rakesh Mallick
  • Published: Tuesday, 03 July 2018
  • Updated: 03 July 2018, 12:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ମିଳିଲା ଜାମିନ। ନବଦିଗନ୍ତ ଚିଟଫଣ୍ଡ୍ ଠକେଇ ମାମଲାରେ ୨୦୧୪ରୁ ଜେଲ୍‌ରେ ଥିବା ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି । ଏନେଇ ହାଁସଦାଙ୍କ ଓକିଲ ଅଭିଜିତ ପଟ୍ଟନାୟକ ଓ ଅକ୍ଷୟ ମହାନ୍ତି ଏହି ସୂଚନା ଦେଇଛନ୍ତି।

ନବଦିଗନ୍ତ ଚିଟ୍‌ଫଣ୍ଡ ଠକେଇ ମାମଲାରେ ତାଙ୍କୁ ସିବିଆଇ ଗିରଫ କରିଥିଲା। ବିଜେଡି ଟିକେଟରେ ସେ ମୟୂରଭଞ୍ଜରୁ ଜିତିଥିଲେ। ଗିରଫ ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା।

ସୂଚନାଯୋଗ୍ୟ,ପୂର୍ବରୁ ହାଁସଦାଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଥିଲା। ସଂସଦରେ ବଜେଟ ଅଧିବେଶନରେ ଯୋଗ ଦେବା ଲାଗି ସୁପ୍ରିମକୋର୍ଟରେ  ଜାମିନ  ଅବେଦନ କରିଥିଲେ ହାଁସଦା। ଗତ ୨୦୧୪ ମସିହା ନଭେମ୍ବର ୪ ତାରିଖରେ ନବଦିଗନ୍ତ ଚିଟଫଣ୍ଡ ଠକେଇ ଅଭିଯୋଗରେ ରାମଚନ୍ଦ୍ର ହାଁସଦାଙ୍କୁ ସିବିଆଇ ଗିରଫ କରିଥିଲା।  ସେବେଠାରୁ ହାଁସଦା ବିଚାରବିଭାଗୀୟ ହାଜତରେ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos