ରେଳ ଦୁର୍ଘଟଣା ଷଡଯନ୍ତ୍ର କରିଥିଲେ ୩ ଓଡ଼ିଆ

ସୁରତ (ଓଡ଼ିଶା ରିପୋର୍ଟର): ଟ୍ରେନ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର ଉଦ୍ୟମ ଅଭିଯୋଗରେ ସୁରତରେ ତିନି ଓଡ଼ିଆ ଗିରଫ ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ଦୁର୍ଯ୍ୟୋଧନ ଦାସ, ବିରଜା ବେହେରା ଓ ବଳରାମ। ଅନ୍ୟ ୮ ଜଣ ସହଯୋଗୀଙ୍କ ସହ ମିଶି ଏମାନେ ରେଳ ଧାରଣାରେ ଲୁହା ଓ କାଠ ରଖିଥିଲେ ବୋଲି ପୋଲିସ କହିଛି। ୨୦୧୭ ଡିସେମ୍ବର ୨୮ ତାରିଖରେ ସୁରତ ଷ୍ଟେସନ ପାଖରେ ଅହିଂସା ଏକ୍ସପ୍ରେସ୍ ଯାଉଥିବା ବେଳେ ସେମାନେ ଏହି ଷଡ଼ଯନ୍ତ୍ର କରିଥିଲେ। […]

surat police arrest 3 person

surat police arrest 3 person

Rakesh Mallick
  • Published: Monday, 19 March 2018
  • Updated: 19 March 2018, 09:35 PM IST

Sports

Latest News

ସୁରତ (ଓଡ଼ିଶା ରିପୋର୍ଟର): ଟ୍ରେନ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର ଉଦ୍ୟମ ଅଭିଯୋଗରେ ସୁରତରେ ତିନି ଓଡ଼ିଆ ଗିରଫ ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ଦୁର୍ଯ୍ୟୋଧନ ଦାସ, ବିରଜା ବେହେରା ଓ ବଳରାମ। ଅନ୍ୟ ୮ ଜଣ ସହଯୋଗୀଙ୍କ ସହ ମିଶି ଏମାନେ ରେଳ ଧାରଣାରେ ଲୁହା ଓ କାଠ ରଖିଥିଲେ ବୋଲି ପୋଲିସ କହିଛି।

୨୦୧୭ ଡିସେମ୍ବର ୨୮ ତାରିଖରେ ସୁରତ ଷ୍ଟେସନ ପାଖରେ ଅହିଂସା ଏକ୍ସପ୍ରେସ୍ ଯାଉଥିବା ବେଳେ ସେମାନେ ଏହି ଷଡ଼ଯନ୍ତ୍ର କରିଥିଲେ। ତେବେ ଡ୍ରାଇଭର ଦୂରରୁ ତାହା ଦେଖି ଟ୍ରେନକୁ ଅଟକାଇ ଦେଇଥିଲେ। ଏହା ଦ୍ୱାରା ଏକ ବଡ଼ ଦୁର୍ଘଟଣାକୁ ରୋକା ଯାଇ ପାରିଥିଲା। ଗଞ୍ଜେଇ ଚୋରା ଚାଲାଣ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ପ୍ରତିଶୋଧ ପରାୟଣ ହୋଇ ଏଭଳି ଟ୍ରେନ ଦୁର୍ଘଟଣା କରାଇବାକୁ ଅଭିଯୁକ୍ତମାନେ ଷଡ଼ଯନ୍ତ୍ର କରିଥିବା ପୋଲିସ କହିଛି। ଘଟଣାର ପ୍ରାୟ ୩ ମାସ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos