ମାଡ଼ୁଛି ସ୍ୱାଇନ୍ ଫ୍ଲୁ: ରକ୍ଷକଙ୍କ ସ୍ଥାନ ବି ଟଳମଳ, ଦୁଇ ଡାକ୍ତର ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ମାଡ଼ି ଚାଲିଛି ସ୍ୱାଇନ ଫ୍ଲୁ। ସାଧାରଣ ଲୋକଙ୍କ ସହିତ ଡାକ୍ତରମାନେ ବି ଏହାର ଶିକାର ହେଲେଣି। ଭୁବନେଶ୍ୱର ଓ କଟକର ଦୁଇ ଜଣ ଡାକ୍ତର ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ଓ ଅନ୍ୟ ଜଣେ କଟକ ବଡ଼ ଡାକ୍ତରଖାନାର। ଗତକାଲି ସ୍ୱାବ ପରୀକ୍ଷାରେ ଉଭୟ ସ୍ୱାଇନ୍ ଫ୍ଲୁରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହାକୁ ନେଇ ଭୁବନେଶ୍ୱର କ୍ୟାପିଟାଲ୍‌ ହସପିଟାଲ୍‌ କର୍ମଚାରୀଙ୍କ ମଧ୍ୟରେ […]

swineflu

swineflu

Rakesh Mallick
  • Published: Friday, 11 August 2017
  • Updated: 11 August 2017, 02:31 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ମାଡ଼ି ଚାଲିଛି ସ୍ୱାଇନ ଫ୍ଲୁ। ସାଧାରଣ ଲୋକଙ୍କ ସହିତ ଡାକ୍ତରମାନେ ବି ଏହାର ଶିକାର ହେଲେଣି। ଭୁବନେଶ୍ୱର ଓ କଟକର ଦୁଇ ଜଣ ଡାକ୍ତର ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସପିଟାଲ୍‌ର ଅସ୍ଥିଶଲ୍ୟ ବିଭାଗର ଓ ଅନ୍ୟ ଜଣେ କଟକ ବଡ଼ ଡାକ୍ତରଖାନାର।

ଗତକାଲି ସ୍ୱାବ ପରୀକ୍ଷାରେ ଉଭୟ ସ୍ୱାଇନ୍ ଫ୍ଲୁରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହାକୁ ନେଇ ଭୁବନେଶ୍ୱର କ୍ୟାପିଟାଲ୍‌ ହସପିଟାଲ୍‌ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ତେଣୁ ସ୍ୱାଇନ୍ ଫ୍ଲୁ ଓ୍ୱାର୍ଡରେ କାର୍ଯ୍ୟରତ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ଟିକା ଦେବାକୁ ଚିନ୍ତା କରୁଛନ୍ତି କର୍ତ୍ତୃପକ୍ଷ।

ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଜ୍ଞାନୀନ୍ଦ୍ର କୁମାର ତ୍ରିପାଠୀ କହିଛନ୍ତି, “କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ଯେଉଁ ଡାକ୍ତର ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି ତାଙ୍କ ଅବସ୍ଥା ଭଲ ଅଛି। ସେ ଗୁରୁତର ନାହାନ୍ତି। ତାଙ୍କୁ ସାମାନ୍ୟ ଥଣ୍ଡା ହୋଇଥିଲା। ତେବେ ସ୍ୱାବ୍ ପରୀକ୍ଷା ପରେ ସେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡ଼ିଥିଲା। ତାଙ୍କର ଚିକିତ୍ସା ଚାଲିଛି।”

ସେ କହିଛନ୍ତି,“ଡାକ୍ତରଖାନା କର୍ମଚାରୀଙ୍କୁ ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି।”

ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କହିଛନ୍ତି ଯେ ସାଧାରଣ ଲୋକଙ୍କୁ ସ୍ୱାଇନ୍ ଫ୍ଲୁ ସଂପର୍କରେ ସଚେତନ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ରାଜ୍ୟର ସମସ୍ତ ମେଡିକାଲ୍ କଲେଜ ସହିତ ସବୁ ଜିଲ୍ଲାର ଡାକ୍ତରଖାନାର ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ସଚେତନ କରାଇବା ପାଇଁ ଅଙ୍ଗନୱାଡ଼ି କର୍ମୀ, ଆଶା ଓ ଏଏନ୍‌ଏମ୍‌ମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ସ୍ୱାଇନ୍‌ ଫ୍ଲୁରୁ ବର୍ତ୍ତିବା ପାଇଁ କ’ଣ କରିବା ଉଚିତ ଓ କ’ଣ ନ କରିବା ଉଚିତ ସେ ସଂପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ବ୍ୟବହାର କରିବା ପାଇଁ କୁହାଯାଇଛି।

ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ୮୪ରେ ପହଞ୍ଚି ସାରିଲାଣି। ଏଥିରେ ଆକ୍ରାନ୍ତ ହୋଇ ଛଅ ଜଣଙ୍କର ମୃତ୍ୟୁ ବି ହୋଇସାରିଛି। ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଜଣେ ଡାକ୍ତରଙ୍କ ସମେତ ୧୧ ଜଣ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଛନ୍ତି।

ସ୍ୱାଇନ୍‌ ଫ୍ଲୁର ମୁକାବିଲା ପାଇଁ ମେଡିକାଲ କଲେଜ ଓ ଜିଲ୍ଲା ସଦର ମୁହକୁମାର ମେଡ଼ିକାଲରେ ସ୍ୱତନ୍ତ୍ର କକ୍ଷ ଖୋଲାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଡାକ୍ତର ମଧ୍ୟ ନିଯୁକ୍ତି ହୋଇଛନ୍ତି। ଏପରିକି ପର୍ଯ୍ୟାପ୍ତ ପରିମାଣରେ ଔଷଧ ମଧ୍ୟ ମହଜୁତ ରଖାଯାଇଛି ବୋଲି ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଥିଲେ।

ଅଧିକ ଖବର: ଭୟଙ୍କର ସ୍ଥିତିରେ ସ୍ୱାଇନ୍-ଫ୍ଲୁ: ସାଧାରଣ ଲୋକ ତ ଦୂରର କଥା କେନ୍ଦ୍ରମନ୍ତ୍ରୀ ମଧ୍ୟ ଆକ୍ରାନ୍ତ

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos