ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ପୁଣି ସିବିଆଇ ରେଡ୍ କରିଛି। ମଙ୍ଗଳବାର ସିବିଆଇ ପକ୍ଷରୁ ସ୍ୱସ୍ତିକ ଇଣ୍ଡିଆ କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ୮ଟି ଏବଂ ରାଜ୍ୟର ୧୨ଟି ସ୍ଥାନରେ ସିବିଆଇ ଏକକାଳୀନ ଚଢ଼ଉ କରିଛି। ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ାର ଆଦି ସ୍ଥାନରେ ଥିବା କମ୍ପାନୀ କାର୍ଯ୍ୟାଳୟରେ ରେଡ୍ କରାଯାଉଛି। ଏହାସହିତ ସଂସ୍ଥାର କର୍ମଚାରୀଙ୍କ ବାସଭବନରେ ମଧ୍ୟ ସିବିଆଇ ଚଢାଉ କରୁଛି। ଚଢାଉ ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସିବିଆଇ ସିଲ୍ କରିଥିବା ଜଣାପଡିଛି।ଏହି ସଂସ୍ଥାର ଅନ୍ୟ ଜଣେ ନିର୍ଦ୍ଦେଶକ ରଞ୍ଜନ ଦାସ ପୂର୍ବରୁ ଗିରଫ ହୋଇଥିଲେ ଏବଂ ପରେ ସ୍ୱାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ସେ ଜାମିନରେ ଅଛନ୍ତି।ସ୍ୱସ୍ତିକ ଇଣ୍ଡିଆ କମ୍ପାନୀ ରାଜ୍ୟର ବିଭିନ୍ନ ସ୍ଥାନରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।