ଗଛରେ ପିଟି ହୋଇ ଓଲଟି ପଡ଼ିଲା ଟ୍ୟାଙ୍କର; ୨ ଆହତ

tanker

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅର୍ନ୍ତଗତ ଦେବଦୋଳା ନିକଟରେ କଷ୍ଟିକ ସୋଡ଼ା ନେଇ ଆସୁଥିବା ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଓଲଟି ପଡ଼ିବାରୁ ୨ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଟ୍ୟାଙ୍କର ଡ୍ରାଇଭର ଓ ହେଲପର।

ଟ୍ୟାଙ୍କରଟି ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରିରୁ ରାୟଗଡ଼ା ଜିଲ୍ଲାର ଜେ.କେ କାଗଜ କଳକୁ ଆସୁଥିଲା। ୩୨୬ ନମ୍ବର ଜାତୀୟ ରାଜପଥର ଦେବଦଳାଠାରେ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ରାସ୍ତାକଡ଼ରେ ଥିବା ଏକ ଦୋକାନ ଘର ଉପରେ ଓଲଟି ପଡ଼ିଥିଲା।  ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲିସ ସ୍ଥିତି ଉପରେ ନଜର ରଖିଛି।

Previous ArticleNext Article

Send this to a friend