ସାଂସଦ ତଥାଗତ ଶତପଥୀଙ୍କ ସମ୍ପାଦକୀୟକୁ ନେଇ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀଙ୍କ ସମ୍ପାଦକୀୟ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି। ସେ ତାଙ୍କ ସମ୍ପାଦକୀୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଳସମ୍ପଦ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି। ନିଜ ଖବରକାଗଜର ସମ୍ପାଦକୀୟରେ ତଥାଗତ ଲେଖିଛନ୍ତି ବର୍ଷାଦିନରେ ପ୍ରବାହିତ ଜଳ ସମୁଦ୍ରରେ ମିଶୁଛି। ହେଲେ ତାକୁ ରୋକିବାକୁ ରାଜ୍ୟସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଜଳସମ୍ପଦ ବିଭାଗ କେବଳ କେନାଲ ଖୋଳି ଠିକାଦାରଙ୍କୁ ପୋଷୁଛି। ଛତିଶଗଡରେ ଲାଭବାନ୍‌ ହେଉଥିବା ଶିଳ୍ପ ମାଲିକମାନେ […]

tathagata

tathagata

Rakesh Mallick
  • Published: Wednesday, 14 September 2016
  • Updated: 14 September 2016, 11:20 PM IST

Sports

Latest News

tathagataଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀଙ୍କ ସମ୍ପାଦକୀୟ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି। ସେ ତାଙ୍କ ସମ୍ପାଦକୀୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଳସମ୍ପଦ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି। ନିଜ ଖବରକାଗଜର ସମ୍ପାଦକୀୟରେ ତଥାଗତ ଲେଖିଛନ୍ତି ବର୍ଷାଦିନରେ ପ୍ରବାହିତ ଜଳ ସମୁଦ୍ରରେ ମିଶୁଛି। ହେଲେ ତାକୁ ରୋକିବାକୁ ରାଜ୍ୟସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଜଳସମ୍ପଦ ବିଭାଗ କେବଳ କେନାଲ ଖୋଳି ଠିକାଦାରଙ୍କୁ ପୋଷୁଛି। ଛତିଶଗଡରେ ଲାଭବାନ୍‌ ହେଉଥିବା ଶିଳ୍ପ ମାଲିକମାନେ ଜଳସମ୍ପଦ ବିଭାଗର ଅଫିସରମାନଙ୍କୁ ସହାୟକ ହୋଇଆସୁଛନ୍ତି। ସେମାନଙ୍କୁ ଦଣ୍ଡିତ କରିବା ହେଉଛି ରାଜ୍ୟ ସରକାରଙ୍କର ଗୁରୁଦାୟିତ୍ୱ। ଖାଲି ସେତିକି ନୁହେଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗକୁ ନିଜ ପାଖରେ ରଖିଥିବା ସତ୍ତ୍ୱେ ମନେ ହେଉଛି ବିଭାଗର ମା’ବାପା କେହି ନାହାନ୍ତି।

 ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ତଥାଗତ ବାବୁ ତାଙ୍କ ସମ୍ପାଦକୀୟ ମନ୍ତବ୍ୟ ଦେଇଛନ୍ତି। ସେ ଆମ ଦଳ ପକ୍ଷରୁ ଲୋକସଭାରେ ସଦସ୍ୟ ଅଛନ୍ତି। ସେ ତାଙ୍କ ଖବରକାଗଜରେ ତାଙ୍କର ମତ ରଖିପାରିବେ। ଜଳସମ୍ପଦ ବିଭାଗ ଓଡ଼ିଶା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ତେଣୁ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖି ତାହାର ସମୀକ୍ଷା କରୁଛନ୍ତି। ଏହାକୁ କ୍ରୀୟାଶୀଳ କରିବାକୁ ତାଙ୍କ ଉଦ୍ୟମ ଜାରି ରଖିଛନ୍ତି।”

ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କରିଛନ୍ତି,“ତଥାଗତ ବାବୁ ଗୋଟିଏ ଖବରକାଗଜର ସମ୍ପାଦକ ଭାବେ ତାଙ୍କ ମତ ରଖିଛନ୍ତି। ଏହା ତାଙ୍କ ସମ୍ପାଦକୀୟ ମତ।”

ସମବାୟ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“କୌଣସି ବିଭାଗରେ ମା’ବାପା ରହିଛନ୍ତି ବୋଲି ମୁଁ ଜାଣିନାହିଁ। ସିଏ ଯଦି କହିବେ ଗୋଟିଏ ବିଭାଗର ବାପାମା’ ନାହାନ୍ତି ବୋଲି ମୋ ପାଖରେ ତାହାର ଉତ୍ତର ନାହିଁ। ମାନ୍ୟବର ସାସଂଦ ତଥାଗତ ଶତପଥୀଙ୍କ ସମ୍ପାଦକୀୟକୁ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ।”

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ତଥାଗତଙ୍କ ସମ୍ପାଦକୀୟ ସ୍ପଷ୍ଟ କରୁଛି ରାଜ୍ୟ ସରକାରଙ୍କ ଅପାରଗତା। ମୁଁ ତଥାଗତ ବାବୁଙ୍କ ସମ୍ପାଦକୀୟକୁ ସ୍ୱାଗତ କରିବି। ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ନେଇ ଦଳ ଭିତରୁ ସମାଲୋଚନା ଆସିଲାଣି। ଯଦି ମୁଖ୍ୟମନ୍ତ୍ରୀ ଏହାକୁ କାମରେ ପ୍ରତିଫଳିତ କରି ନ ପାରିବେ ତେବେ ସେ ମୁଖ୍ୟମନ୍ତ୍ରୀ ହୋଇ ରହିବାର ଅଧିକାର ନାହିଁ।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ଖାଲି ଜଳସମ୍ପଦ ବିଭାଗ ନୁହେଁ ଓଡ଼ିଶା ସରକାରର ମା’ବାପା ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଅମଲାଙ୍କ ହାତରେ ରାଜ୍ୟରେ ଶାସନ ଚାଲିଥିବା ବେଳେ ଠିକାଦାରଙ୍କ ହାତରେ ଜଳସେଚନ ଭାର ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos