ଦିନକ ପରେ ନୂଆ ଦର: କାର୍‌, ମୋବାଇଲ୍ ମହଙ୍ଗା; ହାଉସିଂ ଲୋନ୍ ଶସ୍ତା

arun_jaitley

ନୂଆଦିଲ୍ଲୀ: ୩୧ ମାର୍ଚ୍ଚ ପରେ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ। ଏପ୍ରିଲ୍‌ ୧ ଠାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିରେ ଅନେକ ଜିନିଷ ମହଙ୍ଗା ହେବା ସହ କିଛି ଜିନିଷ ଶସ୍ତା ମଧ୍ୟ ହେବ। ଆସନ୍ତୁ ଜାଣିବା କେଉଁ ଜିନିଷର ଦର ବଢ଼ିବ ଓ କେଉଁଟା ଶସ୍ତା ହେବ।

ଦର ବଢ଼ିବ:

୧-କାର୍, ମୋଟର ସାଇକେଲ ଓ କମର୍ସିଆଲ୍‌ ଯାନର ବୀମା

୨- ସିଗାରେଟ୍‌, ତମ୍ବାଖୁ ଜାତୀୟ ଦ୍ରବ୍ୟ

୩-ଏଲ୍‌ଇଡି ବଲ୍‌ବ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ମହଙ୍ଗା ହେବ। ଏହା ଦ୍ୱାରା ଏଲଇଡି ବଲ୍‌ବ ବି ମହଙ୍ଗା ହେବ।

୪- ମୋବାଇଲ୍‌ ଫୋନ୍‌

୫-ଚାନ୍ଦିର ବାସନ ଓ ଚାନ୍ଦି ଦ୍ୱାରା ନିର୍ମିତ ସାମଗ୍ରୀ

୬-ଷ୍ଟିଲ୍‌ ବାସନ ସହ ନନ୍‌ଷ୍ଟିକ୍‌ ଜିନିଷ

୭-ଆଲୁମିନିୟମ୍ ଜାତୀୟ ପଦାର୍ଥ

୮-ଟୋଲ୍‌ ଗେଟ୍‌ ଟିକସର ଦାମ ୫ରୁ ୧୦ଟଙ୍କା ବଢ଼ିବ

୯-ଟେଲିଫୋନ୍‌ କମ୍ପାନୀ ଦ୍ୱାରା ମିଳୁଥିବା ଫ୍ରି କଲ୍‌ ଡାଟା ଅଫର୍ ଶେଷ ହେବା ପରେ ଗ୍ରାହକଙ୍କୁ ଏଥିପାଇଁ ପଇସା ଦେବାକୁ ପଡ଼ିବ।

 

ଶସ୍ତା ହେବ:

୧-ରେଲୱେ ଟିକେଟ୍‌ ବୁକିଂ

୨- ହାଉସିଂ ଲୋନ୍‌

୩-ଚମଡ଼ା ଦ୍ୱାରା ନିର୍ମିତ ଜିନିଷ

୪-ଡାକ ସୁବିଧା

 

Previous ArticleNext Article

Send this to a friend