ଚାପ ପକାଇବାକୁ ଏକାଠି ହେବେ ଶିକ୍ଷକ, ଏଣେ +୨ ଖାତା ମୂଲ୍ୟାୟନ ପାଇଁ ବିକଳ୍ପ ଖୋଜିଲେଣି ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଟ୍ରିକ ଓ ଯୁକ୍ତ ଦୁଇ ଖାତା ମୂଲ୍ୟାୟନକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦାବି ପୂରଣ କରୁଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏହାର ପ୍ରତିବାଦରେ ଆସନ୍ତାକାଲି ମହାସଂଗ୍ରାମ ଡାକରା ଦେଇଛି ରାଜ୍ୟ ସ୍କୁଲ କଲେଜ ଶିକ୍ଷକ ମିଳିତ ମଞ୍ଚ। ସେପଟେ ଖାତା ମୂଲ୍ୟାୟନ ନେଇ ସରକାର ଦମ୍ଭ ଦେଖାଇଛନ୍ତି। ବିକଳ୍ପ ବ୍ୟବସ୍ଥା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରୀ, ସ୍ୱୟଂଶାସିତ, ରେସିଡେନ୍ସିଆଲ କଲେଜ ଅଧ୍ୟକ୍ଷଙ୍କୁ ୨୭ ମାର୍ଚ୍ଚ ସୁଦ୍ଧା ଶିକ୍ଷକଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶିକ୍ଷକମାନେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜନ କରିଥିଲେ। ଆନ୍ଦୋଳନରତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଭିନ୍ନ କେନ୍ଦ୍ର ଆଗରେ ଧାରଣା ଦେଇଥିଲେ। ଏପରିକି ଖାତା ମୂଲ୍ୟାୟନ କରିବାକୁ ଆସୁଥିବା ଶିକ୍ଷକମାନଙ୍କୁ ମଧ୍ୟ ଅଟକାଇ ଥିଲେ। ଏବେବି ରାଜ୍ୟର ୫୭ଟି ମାଟ୍ରିକ୍ ମୂଲ୍ୟାୟନ କେନ୍ଦ୍ରରେ ଧାରଣାରେ ବସିଛନ୍ତି ଶିକ୍ଷକ। ଏବେ ପୁଣି ଯୁକ୍ତ ଖାତା ମୂଲ୍ୟାୟନକୁ ବର୍ଜନ କରିଛି ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ ମିଳିତ ମଞ୍ଚ। ସେପଟେ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ପୁଣିଥରେ ଆସନ୍ତାକାଲି ମହାସଂଗ୍ରାମ ଡାକରା ଦେଇଛି ମିଳିତ ମଞ୍ଚ। ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଶିକ୍ଷକମାନେ ସରକାର ବିରୋଧରେ ଗର୍ଜନ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ସଂଘ ଧମକ ଦେଇଛି।

ସେପଟେ ମାଟ୍ରିକ ଭଳି ଯୁକ୍ତ ଦୁଇ ଖାତାଦେଖାରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ବୋଲି ସରକାର ଦମ୍ଭ ଦେଖାଇଛନ୍ତି।  ଯୁକ୍ତ ଦୁଇ ପାଇଁ ବିଭାଗ ଏବେଠାରୁ ଆରମ୍ଭ କରିଦେଇଛି ବିକଳ୍ପ ବ୍ୟବସ୍ଥା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶନିବାର ରାଜ୍ୟର ସମସ୍ତ ଡିଗ୍ରୀ, ସ୍ୱୟଂଶାସିତ, ରେସିଡେନ୍ସିଆଲ କଲେଜ ଅଧ୍ୟକ୍ଷଙ୍କୁ ୨୭ ମାର୍ଚ୍ଚ ସୁଦ୍ଧା ଶିକ୍ଷକଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ରହିଛି। ତେବେ ବ୍ଲକ୍ ଗ୍ରାଣ୍ଟ ଓ ଅନ୍ୟ ବର୍ଗ ଅଧ୍ୟାପକଙ୍କ ତାଲିକା ଅଲଗା ଦେବାକୁ ଚିଠିରେ ଦର୍ଶାଯାଇଛି।

Ordigital Desk
• Published: Sunday, 25 March 2018
• Updated: 25 March 2018, 09:20 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos