ଦାବି ପୂରଣ ପାଇଁ ରାଜରାସ୍ତାରେ ସାର୍‌: ୪ ହଜାର ସ୍କୁଲ୍‌ ଓ ୧୫୦୦ କଲେଜରେ ପାଠପଢ଼ା ବନ୍ଦ

ଭୁବନେଶ୍ୱର: ବ୍ଳକ୍ ଗ୍ରାଣ୍ଟ ଉଚ୍ଛେଦ ଦାବିରେ ଜାରି ରହିଛି ଶିକ୍ଷକଙ୍କ ଆନ୍ଦୋଳନ। ଏଥିରେ ସାମିଲ ହୋଇଛି ବିଦ୍ୟାଳୟ ଶିକ୍ଷକ ସଂଘ, ୬୬୨ ବର୍ଗ କଲେଜ୍ ଶିକ୍ଷକ ଓ ୪୮୮ ବର୍ଗ କଲେଜ୍ ଶିକ୍ଷକ ସଂଘ। ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ବ୍ୟାନରରେ ବିଭିନ୍ନ ସ୍ତରର ପ୍ରାୟ ୫୦ ହଜାର ଶିକ୍ଷକ ଓ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ବ୍ଳକ୍ ଗ୍ରାଣ୍ଟ ଶିକ୍ଷକଙ୍କ ଏହି ଆନ୍ଦୋଳନ ଯୋଗୁଁ ସଂପୃକ୍ତ କଲେଜ୍ ଓ ସ୍କୁଲ ଗୁଡିକରେ ଗତକାଲିଠାରୁ ତାଲା ପଡ଼ିଛି। ସରକାର ସେମାନଙ୍କ ଦାବି ନ ମାନିବା ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଶିକ୍ଷକମାନେ କହିଛନ୍ତି।

୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ସଭାପତି ପବିତ୍ର ମାହାଲା କହିଛନ୍ତି,“ ଏକ ଗଣତନ୍ତ୍ର ରାଷ୍ଟ୍ରରେ ୫୦ ହଜାରରୁ ଅଧିକ ଅଧ୍ୟାପକ ଓ ଶିକ୍ଷକ ଭୁବନେଶ୍ୱର ରାଜରାସ୍ତାରେ ବସିଛନ୍ତି। ହେଲେ ଆଶ୍ଚର୍ଯ୍ୟ ଲାଗୁଛି ସରକାରୀ କଳ କେତେ ଉଦାସୀନ। ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ନିଦ ଭାଙ୍ଗୁ ନାହିଁ। ଆମ ଦାବି ପୂରଣ କରିବା ଦିଗରେ ସରକାର ଆଉ ଗୋଟିଏ ଦିନ ଯଦି ବିଳମ୍ୱ କରନ୍ତି ହେଲେ ଆସନ୍ତାକାଲିଠାରୁ ଓଡ଼ିଶାରେ ଶିକ୍ଷାକୁ ନେଇ ଯେଉଁ ଭୟାବହ ପରିସ୍ଥିତି ସୃଷ୍ଟି ହେବ, ଏବଂ ପିଲାମାନଙ୍କର ଯାହା କ୍ଷତି ହେବ ସରକାରୀ ଏଥିପାଇଁ ଦାୟୀହେବେ।”

ସେ କହିଛନ୍ତି,“ବର୍ତ୍ତମାନ ୪ ହଜାର ସ୍କୁଲ ଓ ପାଖାପାଖି ୧୫୦୦ ମହାବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିଛି। ପରିସ୍ଥିତି ବାଧ୍ୟ କଲେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମଧ୍ୟ ରାଜରାସ୍ତାକୁ ଆସିବେ। ଏକ ବଡ଼ ଗଣ ଆନ୍ଦୋଳନ ହେବ। ଯେତେବେଳେ ଏହି ଶିକ୍ଷକ ଓ ଅଧ୍ୟାପକ ଭୋଟ ବର୍ଜନ କରିବେ ସରକାର ସେତେବେଳେ ଜାଣିବେ ଶକ୍ଷକ ଶକ୍ତିର ଦମ୍ କେତେ ।”

Ordigital Desk
• Published: Thursday, 17 August 2017
• Updated: 17 August 2017, 02:41 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos