ଆପିଡେଭିଟ୍‌କୁ କବର ଦିଅ, ଶିକ୍ଷକଙ୍କୁ ମୁଥ ମାଡ଼ ଚଳିବ ନାହିଁ.....

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆପିଡେଭିଟ୍‌କୁ କବର ଦିଅ, ଶିକ୍ଷକମାନଙ୍କ ମୁହଁକୁ ପୋଲିସ ମୁଥ ମାରିବା ଚଳିବ ନାହିଁ, ଆମର ଦାବି ରାଜ୍ୟ ସରକାର ମାନି ନିଅ…”। ଏପରି ନାରାରେ କମ୍ପୁଛି ଭୁବନେଶ୍ୱର ଲୋୟର ପିଏମ୍‌ଜି। ଶିକ୍ଷକମାନେ ଦାବି ପୂରଣ ପାଇଁ ଏପରି ନାରା ଦେଇ ଆଜି ବିଧାନସଭା ଘେରାଉ କରିବାକୁ ଯାଉଥିଲା। ମାଷ୍ଟର କ୍ୟାଣ୍ଟନରୁ ବାହାରିଥିବା ଶୋଭାଯାତ୍ରା ବିଧାନସଭା ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉତ୍‌କ୍ଷିପ୍ତ […]

teachers are protest in bbsr

teachers are protest in bbsr

Rakesh Mallick
  • Published: Monday, 26 March 2018
  • Updated: 26 March 2018, 06:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆପିଡେଭିଟ୍‌କୁ କବର ଦିଅ, ଶିକ୍ଷକମାନଙ୍କ ମୁହଁକୁ ପୋଲିସ ମୁଥ ମାରିବା ଚଳିବ ନାହିଁ, ଆମର ଦାବି ରାଜ୍ୟ ସରକାର ମାନି ନିଅ...”। ଏପରି ନାରାରେ କମ୍ପୁଛି ଭୁବନେଶ୍ୱର ଲୋୟର ପିଏମ୍‌ଜି। ଶିକ୍ଷକମାନେ ଦାବି ପୂରଣ ପାଇଁ ଏପରି ନାରା ଦେଇ ଆଜି ବିଧାନସଭା ଘେରାଉ କରିବାକୁ ଯାଉଥିଲା। ମାଷ୍ଟର କ୍ୟାଣ୍ଟନରୁ ବାହାରିଥିବା ଶୋଭାଯାତ୍ରା ବିଧାନସଭା ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇ ଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଉତ୍‌କ୍ଷିପ୍ତ ଥିବା ଶିକ୍ଷକମାନେ ପୋଲିସ ଉପରକୁ ଚେୟାର ଫିଙ୍ଗିଥିଲେ। କିନ୍ତୁ ଶିକ୍ଷକ ନେତାଙ୍କ ହସ୍ତକ୍ଷେପ ପରେ ପରିବେଶ ଶାନ୍ତ ପଡ଼ିଥିଲା।

ମାଟ୍ରିକ ଖାତା ମୂଲ୍ୟାୟନ ବର୍ଜନ କରି ଶିକ୍ଷକ ଓ ଶିକ୍ଷିତ୍ରୀମାନେ ଧାରଣା ଦେଇଥିଲେ। ମାତ୍ର ଏହାର ପ୍ରଭାବ ସରକାରଙ୍କ ଉପରେ ପଡ଼ିନଥିଲା। ଏବେ ପୁଣି ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ବର୍ଜନର ଧମକ ଦେଇ ଅଧ୍ୟାପକମାନେ ପିଏମ୍‌ଜିରେ ଧାରଣାରେ ବସିଛନ୍ତି। ବିଜ୍ଞପ୍ତି ପ୍ରକାଶ ନପାଇବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଧମକ ଦେଇଛି।

ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ ମିଳିତ ମଞ୍ଚର ଆବାହକ ଗୋଲକ ନାୟକ କହିଛନ୍ତି-“ଆମେ ସରକାରଙ୍କୁ ଭିକ ମାଗୁ ନାହୁଁ। ଆମେ ଆମର ନ୍ୟାର୍ଯ୍ୟ ଦାବି ମାଗୁଛୁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ସ୍ୱୀକୃତି ଦେଇଛନ୍ତି। ଏହା ସତ୍ତ୍ୱେ  ରାଜ୍ୟ ସରକାର ଘଟଣାର ସମାଧାନ ନକରି ଏଣୁତେଣୁ ଶିକ୍ଷକଙ୍କୁ ଆଣି ଖାତା ଦେଖାଉଛନ୍ତି। ଆମ ସମସ୍ୟା ସମାଧାନ ନହେଲେ ଏହି ଆନ୍ଦୋଳନକୁ ଗ୍ରାମାଞ୍ଚଳକୁ ନିଆଯିବ।”

ମାଟ୍ରିକ୍ ମୂଲ୍ୟାୟନ ବର୍ଜନର ସପ୍ତାହେ ବିତିଲା। ହେଲେ ସରକାର ଥରୁଟିଏ ମଧ୍ୟ ଆଲୋଚନାକୁ ଡାକିନାହାଁନ୍ତି। ଏପଟେ ସରକାର ଅନିର୍ଦ୍ଦିଷ୍ଟ କାଳ ଲାଗି ଆନ୍ଦୋଳନରେ ବସିଥିବା ଅଧ୍ୟାପକଙ୍କ ସମସ୍ୟା ବୁଝିବେ କ’ଣ ବିଭାଗୀୟ ମନ୍ତ୍ରୀ ଦମ୍ଭ ଦେଖାଇଛନ୍ତି। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ପୁଣିଥରେ କହୁଛନ୍ତି ଆନ୍ଦୋଳନର କୌଣସି ପ୍ରଭାବ ପଡିବନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos