ବଢ଼ିଲା ଝିଅ କାନ୍ଦି କାନ୍ଦି ବୁଲିଲା ବାରଦୁଆର

ବାରିପଦା(ମାଣିକଲାଲ୍‌ ପାଣି): ମଣିଷ ବେଳେ ବେଳେ ଏତେ ନିର୍ଦ୍ଦୟ ପାଲଟିଯାଏ ଯେ, ବୁଝିପାରେନା ଠିକ୍‌ କ’ଣ ଆଉ ଭୁଲ୍ କ’ଣ। ଭୁଲି ବସେ ସମ୍ପର୍କର ମର୍ଯ୍ୟାଦା। ଆଉ ଏମିତି କିଛି କରିବସେ ଯାହା ବିଷୟରେ ଆମେ କଳ୍ପନା ବି କରିପାରିବାନି। ଆମେ ଆପଣଙ୍କୁ ବାରିପଦା ସହରର ଗୋଟିଏ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ। ବାରିପଦା ସହର ଉପକଣ୍ଠ ପାଲବଣୀ ଅଞ୍ଚଳରେ ଜଣେ ଝିଅ କାନ୍ଦିକାନ୍ଦି ବୁଲୁଥିବା ଦେଖିବାକୁ ମିଳିଥିଲା ଆଜି। ସମସ୍ତେ ଭାବିଥିଲେ ବୋଧହୂଏ ଝିଅଟି ଆଖପାଖ […]

jhia

jhia

Rakesh Mallick
  • Published: Monday, 14 May 2018
  • Updated: 14 May 2018, 07:13 PM IST

ବାରିପଦା(ମାଣିକଲାଲ୍‌ ପାଣି): ମଣିଷ ବେଳେ ବେଳେ ଏତେ ନିର୍ଦ୍ଦୟ ପାଲଟିଯାଏ ଯେ, ବୁଝିପାରେନା ଠିକ୍‌ କ’ଣ ଆଉ ଭୁଲ୍ କ’ଣ। ଭୁଲି ବସେ ସମ୍ପର୍କର ମର୍ଯ୍ୟାଦା। ଆଉ ଏମିତି କିଛି କରିବସେ ଯାହା ବିଷୟରେ ଆମେ କଳ୍ପନା ବି କରିପାରିବାନି।

ଆମେ ଆପଣଙ୍କୁ ବାରିପଦା ସହରର ଗୋଟିଏ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ। ବାରିପଦା ସହର ଉପକଣ୍ଠ ପାଲବଣୀ ଅଞ୍ଚଳରେ ଜଣେ ଝିଅ କାନ୍ଦିକାନ୍ଦି ବୁଲୁଥିବା ଦେଖିବାକୁ ମିଳିଥିଲା ଆଜି। ସମସ୍ତେ ଭାବିଥିଲେ ବୋଧହୂଏ ଝିଅଟି ଆଖପାଖ କେଉଁ ଗାଁର ହୋଇଥିବ। ସେଥିପାଇଁ କେହି ବି ଏହି ଘଟଣାକୁ ପ୍ରଥମେ ବିଶେଷ ଧ୍ୟାନ ଦେଇ ନ ଥିଲେ। କିନ୍ତୁ ଝିଅଟି କୁଆଡେ ନ ଯାଇ ଏଣେତେଣେ କାନ୍ଦିକାନ୍ଦି ବୁଲୁଥିବା ଦେଖି ସମସ୍ତଙ୍କ ମନରେ ସନ୍ଦେହ ହୋଇଥିଲା। ବୁଝୁବୁଝୁ ଜଣାପଡିଲା ଏମିତି କଥା, ଯାହା ଶୁଣି ତା ନିର୍ମମ ବାପାର ହୀନ ମଣିଷପଣିଆ ପଦାରେ ପଡିଥିଲା।

ବାସ୍ତବରେ ଘଟଣା ଥିଲା ଏମିତି। ଏହି ଝିଅଟିର ଘର ହେଉଛି ବାରିପଦାଠାରୁ ଦେଢଶହ କିଲୋମିଟର ଦୂର ଠାକୁରମୁଣ୍ଡା ଅଞ୍ଚଳରେ। ଝିଅର ବାପା ଦ୍ୱିତୀୟ ବିବାହ କରିବାକୁ ଜିଦ୍‌ ଧରି ବସିଥିବା ବେଳେ ଏଇ ଝିଅଟି ଥିଲା ତାର ପ୍ରତିବନ୍ଧକ। ୯ମ ଶ୍ରେଣୀରେ ପାଠ ପଢୁଥିବା ଏହି ଝିଅଟି ବଡ଼ ହେଲେ ବାହାସାହ ହବ। ମୁଣ୍ଡରେ ବସିବ। ବାପା ଆଉଥରେ ବାହାହେଇ ମଉଜ କରିବାକୁ ମନେ ମନେ ଭାବୁଥିବା ବେଳେ ଝିଅକୁ ଘରୁ ବିଦା କରିବାକୁ ମନସ୍ଥ କଲା। ଆଉ ଶେଷରେ ବଢିଲା ଝିଅକୁ ଘରୁ ତଡିଦେଲା।

ଅନ୍ୟ ଉପାୟ ନ ପାଇ ନାବାଳିକା ଝିଅଟି ନିଜ ସମ୍ପର୍କିୟଙ୍କ ଘରକୁ ଯାଉଥିବା ବେଳେ ହଜିଯାଇଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରି ବାରିପଦାର ଏକ କନ୍ୟା ଆଶ୍ରମରେ ଛାଡିଥିଲା। ତେବେ କନ୍ୟା ଆଶ୍ରମର ବ୍ୟବସ୍ଥାରେ ନିଜକୁ ଖାପ ଖୁଆଇ ନ ପାରି ନାବାଳିକା ଜଣକ ସେଠାରୁ ମଧ୍ୟ ଖସି ପଳାଇଥିଲେ। ତେବେ ଆଜି ପାଲବଣୀ ରାସ୍ତାରେ ଏକାକି ବୁଲିବୁଲି କାନ୍ଦୁଥିବା ଦେଖି ଲୋକେ ତାଙ୍କୁ ଅଟକାଇ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଛନ୍ତି। ନିଜ ପରିଜନଙ୍କୁ ଝୁରୀ କାନ୍ଦୁଥିଲେ ବି ବାପାଙ୍କ ଅତ୍ୟାଚାରକୁ ସହି ନ ପାରି ପୁନର୍ବାର ତାଙ୍କ ପାଖକୁ ଯିବାକୁ ଅମଙ୍ଗ ହେଉଛନ୍ତି ନାବାଳିକା।ଘରେ କିଏ କିଏ ଅଛନ୍ତି, ମା’, ଭାଇ, ଭଉଣୀଙ୍କ ସମ୍ପର୍କରେ ମଧ୍ୟ ସେ କିଛି କହୁ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos