ତେଇଶିପୁରରୁ ଗଡ଼ିଲେ ବଳଭଦ୍ରଙ୍କ ଦାରୁ ଶଗଡ଼ି

ଭୁବନେଶ୍ୱର: ତେଇଶିପୁରରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବା ଆରମ୍ଭ କରିଛନ୍ତି ବଡ଼ଠାକୁର ବଳଭଦ୍ରଙ୍କ ଦାରୁ ଶଗଡି। ଦାରୁ ଶଗଡ଼ିଙ୍କ ଦର୍ଶନ ଲାଗି ରାସ୍ତାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଗତକାଲି ବିଳମ୍ବିତ ରାତିରେ ଆସି ତେଇଶିପୁରରେ ପହଞ୍ଚିଥିଲେ ବଳଭଦ୍ରଙ୍କ ଦାରୁ ଶଗଡ଼ି। ଶନିବାର ରାତି ପ୍ରାୟ ୧୦ଟା ୧୫ରେ ଭୁବନେଶ୍ୱରର ଜାତୀୟ ରାଜପଥ ଉତ୍ତରା ଛକଠାରେ ପହଞ୍ଚି ରାତ୍ରୀଯାପନ କରିବା ପରେ ଦାରୁ ଶଗଡ଼ି ଗତକାଲି ଅପରାହ୍ନରେ ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପିପିଲି ଦେଇ ଦାରୁ […]

balavadradaru

balavadradaru

Rakesh Mallick
  • Published: Monday, 04 May 2015
  • Updated: 04 May 2015, 05:38 AM IST

Sports

Latest News

ଭୁବନେଶ୍ୱର: ତେଇଶିପୁରରୁ ଶ୍ରୀକ୍ଷେତ୍ର ଅଭିମୁଖେ ଗଡ଼ିବା ଆରମ୍ଭ କରିଛନ୍ତି ବଡ଼ଠାକୁର ବଳଭଦ୍ରଙ୍କ ଦାରୁ ଶଗଡି। ଦାରୁ ଶଗଡ଼ିଙ୍କ ଦର୍ଶନ ଲାଗି ରାସ୍ତାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।
ଗତକାଲି ବିଳମ୍ବିତ ରାତିରେ ଆସି ତେଇଶିପୁରରେ ପହଞ୍ଚିଥିଲେ ବଳଭଦ୍ରଙ୍କ ଦାରୁ ଶଗଡ଼ି। ଶନିବାର ରାତି ପ୍ରାୟ ୧୦ଟା ୧୫ରେ ଭୁବନେଶ୍ୱରର ଜାତୀୟ ରାଜପଥ ଉତ୍ତରା ଛକଠାରେ ପହଞ୍ଚି ରାତ୍ରୀଯାପନ କରିବା ପରେ ଦାରୁ ଶଗଡ଼ି ଗତକାଲି ଅପରାହ୍ନରେ ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପିପିଲି ଦେଇ ଦାରୁ ଶଗଡ଼ି ଯାଇ ପହଞ୍ଚିଥିଲେ ତେଇଶପୁର ଗଜଲକ୍ଷ୍ମୀ ମଣ୍ଡପ ନିକଟରେ । ପିପିଲି ବଜାର, ପିପିଲି ନିମାପଡ଼ା ଛକ, ହାଟ ଛକ, ମେଡିକାଲ ଛକ, ବ୍ଲକ ଛକ, ଖଣତୃାଗିରି, ଦାଣ୍ଡମୁକୁନ୍ଦପୁର ଛକ, ମଙ୍ଗଳପୁର ଛକ ଦେଇ ଦାରୁ ଶଗଡ଼ି ଯିବା ସମୟରେ ଶ୍ରଦ୍ଧାଳୁମାନେ ରାସ୍ତାରେ ପ୍ରଭୁଙ୍କ ବନ୍ଦାପନା କରିଥିଲେ।

ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥଙ୍କ ଦାରୁସ୍ଥଳୀ ରଘୁନାଥପୁରର ଖରିପଡ଼ିଆରେ ଭକ୍ତିମୟ ପରିବେଶ। ଦିବ୍ୟଦାରୁଙ୍କୁ ଦର୍ଶନ କରିବା ଲାଗି ଏଠାରେ ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଏପଟେ ଦାରୁସ୍ଥଳୀରେ ରୀତିନୀତି ଅନୁଯାୟୀ ଯଜ୍ଞାଦି କାର୍ଯ୍ୟ ଲାଗି ବି ପ୍ରସ୍ତୁତି ଚାଲିଛି । ଶବରପଲ୍ଲୀ ଓ ଯଜ୍ଞଘର ନିର୍ମାଣ ସରିବା ପରେ ଦାରୁ ଛେଦନ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୯ ଓ ୧୦ ତାରିଖରେ ଦାରୁ ଛେଦନ ପରେ ୧୮ରୁ ୨୦ ସୁଦ୍ଧା ଶ୍ରୀ ଜଗନ୍ନାଥଙ୍କ ଦିବ୍ୟଦାରୁ ପୁରୀ ପହଞ୍ଚିବାର ସମ୍ଭାବନା ରହିଛି।

ଅଢ଼ଙ୍ଗଗଡ଼ରେ ମା’ସୁଭଦ୍ରାଙ୍କ ଦାରୁ ଛେଦନ ପରେ ଚଉପଟି କାମ ଚାଲିଛି। ତା’ସହିତ ଦାରୁଙ୍କ ଅନାବଶ୍ୟକ ଅଂଶଗୁଡ଼ିକୁ ପାତାଳି କରାଯାଉଛି। ଶଗଡ଼ି ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇଯାଇଛି । ପ୍ରାୟ ୩୦ ଜଣ କାରିଗର ଶଗଡ଼ି ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଚଉପଟି ଓ ଶଗଡି ନିର୍ମାଣ ସରିବା ପରେ ଆସନ୍ତା ୬ ଅବା ୭ ତାରିଖରେ ଦାରୁଙ୍କୁ ଶ୍ରୀକ୍ଷେତ୍ର ଅଭିମୁଖେ ନିଆଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos