ବଣ୍ଟା ହେଉଛି କାର୍‌ ପାସ୍‌, ସେବାୟତଙ୍କ ପାସ୍‌ରେ ଗାଡ଼ି ପାର୍କିଂ କରୁଛନ୍ତି ଯାତ୍ରୀ

ପୁରୀ (ଓଡ଼ିଶା ରିପୋର୍ଟର): ଗାଡ଼ି ପାର୍କିଂ ପାଇଁ ଶ୍ରୀମନ୍ଦିର ସେବାୟତଙ୍କ ପାସ୍ ଅନ୍ୟକୁ ଦିଆଯାଇଥିବା ଅଭିଯୋଗ ହୋଇଛି। ସୋଶାଲ୍ ମିଡିଆରେ ସେହି ପାସ୍‌ର ଫଟୋ ଭାଇରାଲ୍ ହୋଇଛି। ଯାହାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି। ଚଳିତ ଘୋଷଯାତ୍ରା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେବାୟତଙ୍କ ପାସ୍‌କୁ ଅନ୍ୟ ଜଣକୁ ଦିଆଯାଇଛି। ସେହି ବ୍ୟକ୍ତି ଜଣକ ନିଜ ବାଇକପାଇଁ ଏହି ପାସ୍ ବ୍ୟବହାର କରିଛନ୍ତି। ଏହା ଜଣାପଡ଼ିବା ପରେ ପାସ୍‌ରେ ଅପବ୍ୟବହାର ନେଇ ଅସନ୍ତୋଷ ଦେଖାଦେଇଛି। ତେବେ […]

puri

puri

Rakesh Mallick
  • Published: Tuesday, 17 July 2018
  • Updated: 17 July 2018, 05:13 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଗାଡ଼ି ପାର୍କିଂ ପାଇଁ ଶ୍ରୀମନ୍ଦିର ସେବାୟତଙ୍କ ପାସ୍ ଅନ୍ୟକୁ ଦିଆଯାଇଥିବା ଅଭିଯୋଗ ହୋଇଛି। ସୋଶାଲ୍ ମିଡିଆରେ ସେହି ପାସ୍‌ର ଫଟୋ ଭାଇରାଲ୍ ହୋଇଛି। ଯାହାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି।

ଚଳିତ ଘୋଷଯାତ୍ରା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେବାୟତଙ୍କ ପାସ୍‌କୁ ଅନ୍ୟ ଜଣକୁ ଦିଆଯାଇଛି। ସେହି ବ୍ୟକ୍ତି ଜଣକ ନିଜ ବାଇକପାଇଁ ଏହି ପାସ୍ ବ୍ୟବହାର କରିଛନ୍ତି। ଏହା ଜଣାପଡ଼ିବା ପରେ ପାସ୍‌ରେ ଅପବ୍ୟବହାର ନେଇ ଅସନ୍ତୋଷ ଦେଖାଦେଇଛି।

ତେବେ କେହି ଏହି ପାସ୍ଅନ୍ୟକୁ ଦେଇଛନ୍ତି କି ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଇଛି, ତା’ର ତଦନ୍ତ ହେବ ବୋଲି ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos