ଚୋରା ଏସି କିଣି ଫସିଗଲେ: ଚୋର ସହ ୧୦ ଗିରଫ

<p>ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲାରେ ଧରା ପଡ଼ିଛି ଏକ ଚୋରା ଏସି କାରବାର ଘଟଣା। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଏସି ଚୋର ସମେତ ୧୦ ଜଣକୁ ଗିରଫ କରିଛି ଉଦିତନଗର ପୋଲିସ। ଏହାସହ ଚୋରି ହୋଇଥିବା ୨୩ଟି ଏସି ଉଦ୍ଧାର କରାଯାଇଛିା ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ସନ୍ଧାନ ଚଳାଇଛି।</p> <p>ଗତ ମେ ୨୬ ତାରିଖରେ ବ୍ୟବସାୟୀ ଅଭିଷେକ ମିତ୍ତଲଙ୍କ ବିଶ୍ରା ଡାହା ଗୋଦାମରୁ ୨୫ଟି ନାମୀଦାମୀ କଂପାନୀର ଏସି ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛିା ପୋଲିସ ପ୍ରଥମେ ଗୋଦାମରେ କାମ କରୁଥିବା କିଶୋର ନାମକ ଜଣେ କର୍ମଚାରୀକୁ ଗିରଫ କରିବାରେ ସଫଳ ହୋଇଥିଲା। ପରେ କିଶୋର ଠାରୁ କମ୍ ଦାମରେ ଏସି କିଣିଥିବା ୯ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛିା</p>

Ordigital Desk
  • Published: Sunday, 03 June 2018
  • Updated: 03 June 2018, 07:48 PM IST

Sports

Latest News

<p>ରାଉରକେଲା (ଓଡ଼ିଶା ରିପୋର୍ଟର): ରାଉରକେଲାରେ ଧରା ପଡ଼ିଛି ଏକ ଚୋରା ଏସି କାରବାର ଘଟଣା। ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଏସି ଚୋର ସମେତ ୧୦ ଜଣକୁ ଗିରଫ କରିଛି ଉଦିତନଗର ପୋଲିସ। ଏହାସହ ଚୋରି ହୋଇଥିବା ୨୩ଟି ଏସି ଉଦ୍ଧାର କରାଯାଇଛିା ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ସନ୍ଧାନ ଚଳାଇଛି।</p><p>ଗତ ମେ ୨୬ ତାରିଖରେ ବ୍ୟବସାୟୀ ଅଭିଷେକ ମିତ୍ତଲଙ୍କ ବିଶ୍ରା ଡାହା ଗୋଦାମରୁ ୨୫ଟି ନାମୀଦାମୀ କଂପାନୀର ଏସି ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛିା ପୋଲିସ ପ୍ରଥମେ ଗୋଦାମରେ କାମ କରୁଥିବା କିଶୋର ନାମକ ଜଣେ କର୍ମଚାରୀକୁ ଗିରଫ କରିବାରେ ସଫଳ ହୋଇଥିଲା। ପରେ କିଶୋର ଠାରୁ କମ୍ ଦାମରେ ଏସି କିଣିଥିବା ୯ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛିା</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos