ଅଲାରନାଥ ମନ୍ଦିର ହୁଣ୍ଡିରୁ ଚୋରିକୁ ନେଇ ହାତାହାତି, ଦେଖନ୍ତୁ ଭିଡିଓ

<p>ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପ୍ରସିଦ୍ଧ ଅଲାରନାଥ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗକୁ ନେଇ ମନ୍ଦିର ଉନ୍ନୟନ କମିଟି ସଭାପତି ଓ ସେବାୟତଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ବଚସାରୁ କଥା ଗଣ୍ଡଗୋଳ ଓ ହାତାହାତି ପର୍ଯ୍ୟନ୍ତ ଯାଇଛି।</p> <p>ଅଲାରନାଥ ମନ୍ଦିର ହୁଣ୍ଡିରୁ ଗତ ୧୦ ତାରିଖ ରାତିରେ ଚୋରି ହୋଇଥିବା ସଂପର୍କରେ ଜଣାପଡ଼ିଥିଲା। ଏ ସଂପର୍କରେ ମନ୍ଦିରରେ ଲାଗିଥିବା ସିସିଟିଭି ଚିତ୍ରରୁ ସ୍ପଷ୍ଟ ହୋଇଥିଲା। ଏ ସଂପର୍କରେ ସରକାରୀ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଥିଲା। କିନ୍ତୁ ଘଟଣାର ଦୁଇଦିନ ପରେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ଗତକାଲି ସେବାୟତ ମାନଙ୍କର ଏକ ଗୋଷ୍ଠୀ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ସିସିଟିଭି ଫୁଟେଜ୍&zwnj; ପ୍ରସାରିତ ହୋଇଯିବା ପରେ ଓ ବିଭିନ୍ନ ଟେଲିଭିଜନରେ ପ୍ରସାରିତ ହେବାପରେ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଆଜି ମନ୍ଦିର କମିଟି ଓ ସେବାୟତ ହାତାହାତି ହୋଇଥିବା ଅଭିଯୋଗ ହୋଇଛି।</p>

Ordigital Desk
  • Published: Friday, 13 July 2018
  • Updated: 13 July 2018, 07:36 PM IST

Sports

Latest News

<p>ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପ୍ରସିଦ୍ଧ ଅଲାରନାଥ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗକୁ ନେଇ ମନ୍ଦିର ଉନ୍ନୟନ କମିଟି ସଭାପତି ଓ ସେବାୟତଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ବଚସାରୁ କଥା ଗଣ୍ଡଗୋଳ ଓ ହାତାହାତି ପର୍ଯ୍ୟନ୍ତ ଯାଇଛି।</p><p>ଅଲାରନାଥ ମନ୍ଦିର ହୁଣ୍ଡିରୁ ଗତ ୧୦ ତାରିଖ ରାତିରେ ଚୋରି ହୋଇଥିବା ସଂପର୍କରେ ଜଣାପଡ଼ିଥିଲା। ଏ ସଂପର୍କରେ ମନ୍ଦିରରେ ଲାଗିଥିବା ସିସିଟିଭି ଚିତ୍ରରୁ ସ୍ପଷ୍ଟ ହୋଇଥିଲା। ଏ ସଂପର୍କରେ ସରକାରୀ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଥିଲା। କିନ୍ତୁ ଘଟଣାର ଦୁଇଦିନ ପରେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ଗତକାଲି ସେବାୟତ ମାନଙ୍କର ଏକ ଗୋଷ୍ଠୀ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ସିସିଟିଭି ଫୁଟେଜ୍&zwnj; ପ୍ରସାରିତ ହୋଇଯିବା ପରେ ଓ ବିଭିନ୍ନ ଟେଲିଭିଜନରେ ପ୍ରସାରିତ ହେବାପରେ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ଆଜି ମନ୍ଦିର କମିଟି ଓ ସେବାୟତ ହାତାହାତି ହୋଇଥିବା ଅଭିଯୋଗ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos