ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ବୁର୍ଲା ଭିଏସ୍ଏସ୍ୟୁଟିରେ ଉତ୍ତେଜନା ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟ ବାର୍ଷିକ ଉତ୍ସବ ‘ବସନ୍ତ’ ଚାଲିଥିବା ବେଳେ କୌଣସି କାରଣକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ। ଫଳରେ କିଛି ସମୟ ପାଇଁ ବିଶ୍ୱବିଦ୍ୟାଳୟ ପରିସର ରଣକ୍ଷେତ୍ରରେ ପାଲଟି ଯାଇଥିଲା। ପରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ଭିଏସ୍ଏସ୍ୟୁଟି ସାମ୍ନା ରାସ୍ତାରେ ଧାରଣା ଦେଇଥିଲେ। ବୁର୍ଲା ଓ ହୀରାକୁଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ଛାତ୍ରଛାତ୍ରୀମାନେ ନିଜ ଜିଦ୍ରେ ଅଟଳ ରହିଥିଲେ। ପରେ ପୋଲିସ ସେମାନଙ୍କୁ ଘଉଡାଇ ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।