ବାହାଘର ଭୋଜି ପାଇଁ ବାଡ଼ିଆବାଡ଼ି: କନ୍ୟା ଘରେ ବନ୍ଧା ପଡ଼ିଲା ବର

ସୋର(ଶଶୀକାନ୍ତ ବେହେରା): ବିବାହ ଉତ୍ସବରେ ବାଡ଼ିଆପିଟା। ଭୋଜିରେ ବିଭ୍ରାଟକୁ ନେଇ ରଣକ୍ଷେତ୍ର ପାଲଟିଲା ବିବାହସ୍ଥଳୀ। ସ୍ତ୍ରୀ ପୁରୁଷ ସମସ୍ତଙ୍କ ହାତରେ ଠେଙ୍ଗା ବାଡ଼ି। ଯିଏ ଯାହାକୁ ପାରିଲେ ପିଟିଲେ। ଏହି ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ପରିସ୍ଥିତି ଏପରି ହେଲା ଯେ ଶେଷରେ ବରକୁ କନ୍ୟା ଘର ଲୋକେ ଅଟକ ରଖିଥିଲେ। ଆୟୋଜିତ ଭୋଜିରେ ଖାଦ୍ୟ ସରି ଯିବାରୁ  ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଲେଶ୍ୱର ଜିଲ୍ଲା ସୋର ଥାନା ନୂଆଗାଁ ଅଞ୍ଚଳରେ ଏହି […]

soro

soro

Rakesh Mallick
  • Published: Tuesday, 03 July 2018
  • Updated: 03 July 2018, 09:27 AM IST

Sports

Latest News

ସୋର(ଶଶୀକାନ୍ତ ବେହେରା): ବିବାହ ଉତ୍ସବରେ ବାଡ଼ିଆପିଟା। ଭୋଜିରେ ବିଭ୍ରାଟକୁ ନେଇ ରଣକ୍ଷେତ୍ର ପାଲଟିଲା ବିବାହସ୍ଥଳୀ। ସ୍ତ୍ରୀ ପୁରୁଷ ସମସ୍ତଙ୍କ ହାତରେ ଠେଙ୍ଗା ବାଡ଼ି। ଯିଏ ଯାହାକୁ ପାରିଲେ ପିଟିଲେ। ଏହି ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ପରିସ୍ଥିତି ଏପରି ହେଲା ଯେ ଶେଷରେ ବରକୁ କନ୍ୟା ଘର ଲୋକେ ଅଟକ ରଖିଥିଲେ। ଆୟୋଜିତ ଭୋଜିରେ ଖାଦ୍ୟ ସରି ଯିବାରୁ  ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଲେଶ୍ୱର ଜିଲ୍ଲା ସୋର ଥାନା ନୂଆଗାଁ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଡାଲଙ୍ଗ ଗ୍ରାମର ଅକ୍ଷୟ ଗିରିଙ୍କ ପୁତ୍ରର ବାହାଘର ସୋର ନୂଆଗାଁ ଅଞ୍ଚଳରେ ହେବାର ଥିଲା। ତେଣୁ କନ୍ୟା ପିତା ପ୍ରଫୁଲ୍ଲ ମହାନ୍ତି ଭୋଜି ଭାତର ସବୁ ବନ୍ଦୋବସ୍ତ କରିଥିଲେ। ବରଯାତ୍ରୀ ତରଫରୁ  ୧୦୦ ଜଣ ଆସିଥିଲେ। ତେବେ ୩୦ ଜଣ ବରଯାତ୍ରୀ ଖାଇ ସାରିବା ପରେ  ଅନ୍ୟମାନଙ୍କ ପାଇଁ ଆଉ କିଛି ଖାଦ୍ୟ ନଥିଲା। ଏଥିଯୋଗୁଁ  ବରଯାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ପାଟିତୁଣ୍ଡ କରିଥିଲେ। ଏହାପରେ ଉଭୟ ପକ୍ଷ ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ବାହାଘର ସରିଯାଇଥିବା ବେଳେ  କନ୍ୟା ଘର ଲୋକେ  ବରକୁ ଏବଂ ବରର ପରିବାର ଲୋକଙ୍କୁ  ଅଟକ ରଖିଥିଲେ। ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos