ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଅନୁଗୋଳ(ବିରଜା ଦାଶ):ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଢିପାସାହି ଟାସରା ଗାଁରେ ଏକ ଚୋରକୁ ଗାଁ ଲୋକେ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ପ୍ରବଳ ପିଟିବା ପରେ ଗାଁ ଲୋକେ ତାକୁ ପୋଲିସ ଜିମାରେ ଦେଇଛନ୍ତି।</p> <p>ଗତକାଲି ରାତି ପ୍ରାୟ ୧୦ଟା ବେଳେ ଢ଼ିପ ସାହି ଟାସରା ପ୍ରାଥମିକ ବିଦ୍ୟାଳୟକୁ ଚୋରି କରିବା ଉଦ୍ଦେଶ୍ୟରେ ପଶିଥିଲା। ଚୋରି ପାଇଁ କବାଟ ଭାଙ୍ଗିବା ସମୟରେ ଗାଁ ଲୋକେ ଶବ୍ଦ ଶୁଣି ସେଠାରେ ଜମା ହୋଇଯାଇଥିଲେ। ଏହାପରେ ଗ୍ରାମବାସୀ ଅଭିଯୁକ୍ତକୁ ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ପରେ ପୋଲିସକୁ ଖବର ଦିଆଯାଇଥିଲା। ବିଳମ୍ବତ ରାତିରେ ପୋଲିସ ପହଞ୍ଚି ଚୋରକୁ ଉଦ୍ଧାର କରିଥିଲା। ତା ନାଁରେ ଆଗରୁ ବି ଏକାଧିକ ଚୋରି ଅଭିଯୋଗ ଥିବା ଜଣାପଡ଼ିଛି ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।