ମହୁଲ ଖାଇବାକୁ ଆସିଥିଲା: ୩ ଜଣଙ୍କୁ ମାରିଲା, ନିଜେ ମଲା

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ମହୁଲ ଖାଇବାକୁ ଆସିଥିବା ଭାଲୁ ରକ୍ତ ମୁଖା ହେଲା। ଜଣେ ବନ କର୍ମଚାରୀଙ୍କ ସହ ୩ ଜଣଙ୍କ ଜୀବନ ନେଇଛି। ଅନେକଙ୍କୁ ଗୋଡ଼ାଇ ଗୋଡ଼ାଇ ଝୁଣିଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗାଁ ଲୋକେ ରକ୍ତମୁଖା ଭାଲୁକୁ ପିଟି ପିଟି ମାରି ଦେଇଛନ୍ତି। ଏପରି ଘଟଣା କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଖାଡିଆଡିହା ଗାଁରେ ଘଟିଛି। ଭାଲୁ କାମୁଡ଼ାରେ ୬ ଜଣ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ପୂରା ଘଟଣାଟି ଏମିତି। ଆଜି ସକାଳେ […]

mahula copy

mahula copy

Rakesh Mallick
  • Published: Monday, 02 April 2018
  • Updated: 02 April 2018, 09:41 PM IST

Sports

Latest News

କେନ୍ଦୁଝର(ଓଡ଼ିଶା ରିପୋର୍ଟର): ମହୁଲ ଖାଇବାକୁ ଆସିଥିବା ଭାଲୁ ରକ୍ତ ମୁଖା ହେଲା। ଜଣେ ବନ କର୍ମଚାରୀଙ୍କ ସହ ୩ ଜଣଙ୍କ ଜୀବନ ନେଇଛି। ଅନେକଙ୍କୁ ଗୋଡ଼ାଇ ଗୋଡ଼ାଇ ଝୁଣିଛି। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗାଁ ଲୋକେ ରକ୍ତମୁଖା ଭାଲୁକୁ ପିଟି ପିଟି ମାରି ଦେଇଛନ୍ତି। ଏପରି ଘଟଣା କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ଖାଡିଆଡିହା ଗାଁରେ ଘଟିଛି। ଭାଲୁ କାମୁଡ଼ାରେ ୬ ଜଣ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

ପୂରା ଘଟଣାଟି ଏମିତି। ଆଜି ସକାଳେ ଖାଡିଆଡିହା ଗାଁର ନବ କିଶୋର ନାୟକ ନିଜ ବଗିଚାକୁ ଯାଉଥିଲେ। ମହୁଲ ଖାଇ ଫେରୁଥିବା ବେଳେ ଭାଲୁଟି ତାଙ୍କୁ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ଦୁଇ ପୁଅ ପରମାନନ୍ଦ ଓ ଚନ୍ଦ୍ରଭାନୁ ବାପାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ମାତ୍ର ଭାଲୁଟି ୩ ଜଣଙ୍କ ଶରୀର ଆମ୍ପୁଡ଼ି ପକାଇଥିଲା। ଫଳରେ ଘଟଣାସ୍ଥଳରେ ନବ କିଶୋରଙ୍କ ମୃତ୍ୟୁ ଘଟିଥିବା ବେଳେ ପରମାନନ୍ଦ ଓ ଚନ୍ଦ୍ରଭାନୁ ଗୁରୁତର ଆହତ ହୋଇଥିଲେ। ପରେ ରକ୍ତ ମୁଖା ଭାଲୁଟି ଗାଁ ଲୋକଙ୍କୁ ଗୋଡ଼ାଇଥିଲା। ଖବର ପାଇ ବନ କର୍ମଚାରୀ ବିଦେଶୀ ମହାକୁଡ଼ କିଛି ଗାଁ ଲୋକଙ୍କ ସହାୟତାରେ ଭାଲୁଟିକୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଭାଲୁଟି ପାଲଟା ଆକ୍ରମଣ କରିଥିଲେ। ଫଳରେ ବନ ବିଭାଗ କର୍ମଚାରୀ ବିଦେଶୀ ଓ ନିଳାଦ୍ରୀ ନାୟକଙ୍କ ସମେତ ୬ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବିଦେଶୀ ଓ ନିଳାଦ୍ରୀଙ୍କ ମୃତ୍ୟୁ ଘଟି ଥିଲା।

ଭାଲୁ ଉତ୍ପାତ କରୁଥିବା ଖବର ଆଖପାଖ ଗାଁରେ ପ୍ରଚାରିତ ହେଲା। ଲୋକେ ଏକତ୍ର ହେଲେ। ଭାଲଟିକୁ ମାରିଦେବାକୁ ଷଡ଼ଯନ୍ତ୍ର କଲେ। ପରିସ୍ଥିତି ବାହାରକୁ ଯାଉଥିବା ଦେଖି ବନ ବିଭାଗ ପୋଲିସର ସହାୟତା ନେଇଥିଲା। ପରେ ବନ ବିଭାଗ ଓ ପୋଲିସ ମିଳିତ ଭାବେ ଭାଲୁଟିକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ। ଭାଲୁଟି ଜଙ୍ଗଲକୁ ଫେରିବା ପୂର୍ବରୁ ଲୋକଙ୍କ ହାବୁଡ଼ରେ ପଡ଼ିଥିଲା। ସମସ୍ତେ ମିଳିମିଶି ଅତି ନୃସଂଶ ଭାବେ ଭାଲୁଟିକୁ ପିଟି ମାରିଦେଲେ।

ଜିଲ୍ଲାରେ ବନ୍ୟଜନ୍ତୁ ଆକ୍ରମଣରେ ବାରମ୍ବାର ଏଭଳି ଧନଜୀବନ ହାନୀ ଘଟୁଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ ସେପଟେ ଘଟଣାର ତଦନ୍ତ ପାଇଁ ମୁଖ୍ୟ ବନ୍ୟଜନ୍ତୁ ୱାର୍ଡେନ ସନ୍ଦୀପ ତ୍ରିପାଠୀ ଓ ସ୍ଥାନୀୟ ଡିଏଫ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ସହ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ଡିଏଫ୍ଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos