ଇମ୍ଫା ଆଗରେ ଆନ୍ଦୋଳନକୁ ୪ ସଂଗଠନର ବିରୋଧ

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ଆଗରେ ପୁଣି ଥରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ତେବେ ଏପରି ଆନ୍ଦୋଳନକୁ ଜିଲ୍ଲାର ୪ଟି ସଂଗଠନ ବିରୋଧ କରିଛନ୍ତି। ଆଜି ଏହି ସଂଗଠନଗୁଡିକର ଶତାଧିକ ସଦସ୍ୟ ଏକ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଏହାପରେ ୬ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଇମ୍ଫା ଆନ୍ଦୋଳନକାରୀଙ୍କ ଦାବି ପୂରଣ କରୁଥିବା ବେଳେ, ପୁଣି ଥରେ ଆନ୍ଦୋଳନ […]

raygada

raygada

Rakesh Mallick
  • Published: Thursday, 28 June 2018
  • Updated: 28 June 2018, 03:08 PM IST

କଲ୍ୟାଣସିଂହପୁର (ମାଉଡି ବାରିକ): ରାୟଗଡ଼ା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ଆଗରେ ପୁଣି ଥରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ତେବେ ଏପରି ଆନ୍ଦୋଳନକୁ ଜିଲ୍ଲାର ୪ଟି ସଂଗଠନ ବିରୋଧ କରିଛନ୍ତି। ଆଜି ଏହି ସଂଗଠନଗୁଡିକର ଶତାଧିକ ସଦସ୍ୟ ଏକ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଏହାପରେ ୬ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଇମ୍ଫା ଆନ୍ଦୋଳନକାରୀଙ୍କ ଦାବି ପୂରଣ କରୁଥିବା ବେଳେ, ପୁଣି ଥରେ ଆନ୍ଦୋଳନ କରାଯିବାର ମାନେ କ’ଣ ବୋଲି ଏହି ସଂଗଠନଗୁଡିକ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଇମ୍ଫା ଆଗରେ ଗତକାଲିଠାରୁ ପୁଣି ଆନ୍ଦୋଳନ ଆରମ୍ଭ ହେବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସଂଗଠନ ଏପରି ଆନ୍ଦୋଳନକୁ ନାପସନ୍ଦ କରିବା ସହ ବିରୋଧ କରିଛନ୍ତି। ଏହି ପରିପେକ୍ଷୀରେ ଆଜି ଇମ୍ଫା ଠିକା କର୍ମଚାରୀ ସଂଘ, ଇମ୍ଫା ଶ୍ରମିକ ସଂଗଠନ, ଇମ୍ଫା କର୍ମଚାରୀ ସଂଘ, ଜିଲ୍ଲା ଆଦିବାସୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

[caption id="attachment_248890" align="aligncenter" width="955"]raygada ଇମ୍ଫା ଆଗରେ ଆନ୍ଦୋଳନକୁ ବିରୋଧ କରି ୪ଟି ସଂଗଠନର ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଶୋଭାଯାତ୍ରାରେ ଯାଉଛନ୍ତି[/caption]

ଜିଲ୍ଲା ଆଦିବାସୀ ମହାସଂଘ ସଭାପତି ଆପୁଲୁସ୍ୱାମୀ କାଡ୍ରାକା କହିଛନ୍ତି- “ଏହା ବୈଜୟନ୍ତଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର। ଆନ୍ଦୋଳନକାରୀ କରିଥିବା ଦାବି ଧୀରେ ଧୀରେ ପୂରଣ ହେଉଛି। କିଛି ଦାବି ପୂରଣ ସତ୍ତ୍ୱେ ଆନ୍ଦୋଳନ କାହିଁକି କରାଯାଉଛି ? କିଛି ବାହାର ଅଞ୍ଚଳର ଲୋକ ନିଜ ସ୍ୱାର୍ଥ ପାଇଁ ଆନ୍ଦୋଳନ କରୁଛନ୍ତି।”

ଇମ୍ଫା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପାଳନରେ ଅବହେଳ କରିଥିବା ଅଭିଯୋଗ କରି ଗତକାଲିଠାରୁ  କମ୍ପାନୀର ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ। ଫଳରେ ଇମ୍ଫାରେ ପୁଣି ଅଚଳାବସ୍ଥା ଦେଖା ଦେଇଛି। ଆନ୍ଦୋଳନକାରୀ କମ୍ପାନୀର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ନା କେହି ଭିତରକୁ ଯାଇ ପାରୁଛନ୍ତି, ନା କେହି ଆସି ପାରୁଛନ୍ତି। କାରଖାନାରେ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି, ତ୍ରିପାକ୍ଷିକ ବୈଠକରେ ଇମ୍ଫା କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିବାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

[caption id="attachment_248891" align="aligncenter" width="946"]raygada ଇମ୍ଫା ଆଗରେ ଆନ୍ଦୋଳନକୁ ବିରୋଧ କରି ୪ଟି ସଂଗଠନର ପ୍ରତିନିଧି ଜିଲ୍ଲାପାଳଙ୍କ ସହ ସାକ୍ଷାତ ଆଲୋଚନା କରୁଛନ୍ତି[/caption]

ସୂଚନାଯୋଗ୍ୟ, ଏପ୍ରିଲ ୨୩ରୁ ମେ ୧୦ ପର୍ଯ୍ୟନ୍ତ ଇମ୍ଫା ଆଗରେ ଚାଲିଥିଲା ଧାରଣା, ଆନ୍ଦୋଳନ। ଏହା ଭିତରେ ଦେଖିବାକୁ ମିଳିଥିଲା ଆତଙ୍କରାଜ। ଦାବି ପୂରଣ ଆଳରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ଅରାଜକତାକୁ ନେଇ ଦୀର୍ଘ ୧୮ ଦିନ ଧରି ବନ୍ଦ ରହିଥିଲା ଥେରୁବାଲି ପ୍ଲାଣ୍ଟ। ଜିଲ୍ଲା ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ହଟିଥିଲା। ୧୧ ତାରିଖରୁ ପୁଣି ସ୍ୱାଭାବିକ ହୋଇଥିଲା କାରଖାନାରେ ସ୍ଥିତି। ମାତ୍ର ଦେଢ଼ ମାସ ପରେ ପୁଣି ପୂର୍ବ ସ୍ଥିତି।

ଇମ୍ଫା କର୍ତ୍ତୃପକ୍ଷଙ୍କ କହିବା କଥା, ଗତ ମାସରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ଦାବି ପୂରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ ହୋଇ ନଥିଲା। ହେଲେ ଯେଉଁ ସବୁ ଦାବି ପୂରଣ ପାଇଁ କଂପାନୀ ରାଜି ହୋଇଥିଲା, ସେସବୁକୁ ପୂରଣ କରିବା ପାଇଁ କାମ ଆରମ୍ଭ ହୋଇଯାଇଛି। ଆନ୍ଦୋଳନକାରୀଙ୍କ ଦାବି ମୁତାବକ ଆମ୍ବୁଲାନ୍ସ ପାଇଁ ଅର୍ଡର ଦିଆଯାଇଛି, ଏହା ଜୁଲାଇ ମାସରେ ଆସିବ। ସେଭଳି କିଛି ଗାଁରେ ଆଲୋକୀକରଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ଦାବି ପୂରଣ ଲାଗି ପ୍ରକ୍ରିୟା ଚାଲିଛି। ଏନେଇ କଂପାନୀ ପକ୍ଷରୁ ଜିଲ୍ଲାପାଳଙ୍କୁ ବି ଅବଗତ କରାଯାଇଛି। ଏହାସତ୍ତ୍ୱେ ଯଦି ଆନ୍ଦୋଳନ କରାଯାଉଛି, ଏହା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି।

ଇମ୍ଫା ଆଗରେ ପୁଣି ଆନ୍ଦୋଳନକୁ ନେଇ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ୍ କରିଥିଲେ ବିରୋଧୀ। ଏପରି ଆନ୍ଦୋଳନ ପଛରେ ସରକାରଙ୍କ ହାତ ଅଛି କି ବୋଲି ଗତକାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ସେହିପରି ବିଜେପି ନେତା ଜୟରାମ ପାଙ୍ଗୀ ଏପରି ଆନ୍ଦୋଳନ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ବୋଲି କହିବା ସହ ଏହା ରାଜ୍ୟ ସରକାରଙ୍କ ପ୍ରରୋଚନାରେ ହେଉଥିବା ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos