ରାତିରେ ଶୋଇଥିଲା ବେଳେ ଲାଗିଗଲା ନିଆଁ; ପୋଡ଼ି ଯାଇଛନ୍ତି ବାପା, ମା’ ଓ ଝିଅ

<p>ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ପିପିଲି ଦାନଗୋହିରି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ବାପା, ମାଆ ଓ ଝିଅ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ମହମ୍ମଦ ଅବୁଲ(୬୫)ଙ୍କ ଆଜବେଷ୍ଟ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏଥିରେ ଅବୁଲଙ୍କ ସମେତ ତାଙ୍କ ସ୍ତ୍ରୀ ରହିମା ବିବି ଓ ତାଙ୍କ ୧୨ ବର୍ଷୀୟା ଝିଅ ନାଜୋ ବେଗମ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଛି। ଏହାସହ ଘରର ଆସବାବପତ୍ର ଓ ଦୁଇଟି ଗାଡ଼ି ମଧ୍ୟ ପୋଡ଼ି ଯାଇଛି।</p> <p>ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ପ୍ରଥମେ ପିପିଲି ପରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ଓ ଶେଷରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ପୋଲିସ ଘଟଣାର ତଦନ୍ତ କରୁଛି।</p>

Ordigital Desk
  • Published: Sunday, 11 February 2018
  • Updated: 11 February 2018, 09:41 AM IST

Sports

Latest News

<p>ପିପିଲି(ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲା ପିପିଲି ଦାନଗୋହିରି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ବାପା, ମାଆ ଓ ଝିଅ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ମହମ୍ମଦ ଅବୁଲ(୬୫)ଙ୍କ ଆଜବେଷ୍ଟ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏଥିରେ ଅବୁଲଙ୍କ ସମେତ ତାଙ୍କ ସ୍ତ୍ରୀ ରହିମା ବିବି ଓ ତାଙ୍କ ୧୨ ବର୍ଷୀୟା ଝିଅ ନାଜୋ ବେଗମ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଛି। ଏହାସହ ଘରର ଆସବାବପତ୍ର ଓ ଦୁଇଟି ଗାଡ଼ି ମଧ୍ୟ ପୋଡ଼ି ଯାଇଛି।</p><p>ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ପ୍ରଥମେ ପିପିଲି ପରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ଓ ଶେଷରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ପୋଲିସ ଘଟଣାର ତଦନ୍ତ କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos