ବାର୍‌ହା ଶିକାର କଲା ସାତକୋଶିଆକୁ ଆସିଥିବା ମହାବଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶରୁ ସାତକୋଶିଆ ଜଙ୍ଗଲକୁ ଆସିଥିବା ମହାବଳ ବାଘ ଖାଦ୍ୟ ଗ୍ରହଣ କରିଛି। ଖାଇବା ପାଇଁ ସେ ଥିବା ଖୁଆଡ଼ ଭିତରେ ଏକ ଜିଅନ୍ତା ଜଙ୍ଗଲୀ ବାର୍‌ହାକୁ ଛଡ଼ା ଯାଇଥିଲା। ଗତକାଲି ରାତିରେ ବାଘ ବାର୍‌ହାକୁ ମାରିଥିଲା ଓ ଅଧା ଖାଇଛି। ଅଧା ଖାଇବା ପରେ ଖୁଆଡ଼ ଭିତରେ ତା’ପାଇଁ ଉଦ୍ଦିଷ୍ଟ ଜଳାଶୟରୁ ପାଣି ପିଇ ଥିଲା। ତା’ପରେ ସେହି ଜଳାଶୟ ଭିତରେ ବୁଲିଥିଲା। ଏହା ସହିତ ଗୁରୁବାରଠାରୁ ଏଠାକୁ ଆସିଥିବା ମହାବଳ ବାଘର ଗତିବିଧି […]

tiger

tiger

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 09:05 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଧ୍ୟପ୍ରଦେଶରୁ ସାତକୋଶିଆ ଜଙ୍ଗଲକୁ ଆସିଥିବା ମହାବଳ ବାଘ ଖାଦ୍ୟ ଗ୍ରହଣ କରିଛି। ଖାଇବା ପାଇଁ ସେ ଥିବା ଖୁଆଡ଼ ଭିତରେ ଏକ ଜିଅନ୍ତା ଜଙ୍ଗଲୀ ବାର୍‌ହାକୁ ଛଡ଼ା ଯାଇଥିଲା। ଗତକାଲି ରାତିରେ ବାଘ ବାର୍‌ହାକୁ ମାରିଥିଲା ଓ ଅଧା ଖାଇଛି। ଅଧା ଖାଇବା ପରେ ଖୁଆଡ଼ ଭିତରେ ତା’ପାଇଁ ଉଦ୍ଦିଷ୍ଟ ଜଳାଶୟରୁ ପାଣି ପିଇ ଥିଲା। ତା’ପରେ ସେହି ଜଳାଶୟ ଭିତରେ ବୁଲିଥିଲା। ଏହା ସହିତ ଗୁରୁବାରଠାରୁ ଏଠାକୁ ଆସିଥିବା ମହାବଳ ବାଘର ଗତିବିଧି ସ୍ୱାଭାବିକ ହୋଇଛି। ତା’ର ଗତିବିଧି ପରେ ବର୍ଷସାରା ନଜର ରଖାଯିବ ବୋଲି ଅନୁଗୋଳର ଅତିରିକ୍ତ ପିସିସିଏଫ୍‌ ତଥା ଆର୍‌ସିସିଏଫ୍ ସୂଦର୍ଶନ ପଣ୍ଡା  କହିଛନ୍ତି।

ଗତକାଲି ଅପରାହ୍ନ ପର୍ଯ୍ୟନ୍ତ ଉପାସ ଥିଲା

ଖୁଆଡ଼ ଭିତରେ ଜୀବନ୍ତ ବାର୍‌ହା ଛଡ଼ା ଯାଇଥିଲେ ମଧ୍ୟ ଗତକାଲି ଅପରାହ୍ନ ପର୍ଯ୍ୟନ୍ତ ବାଘ ତାକୁ ଶିକାର କରି ନଥିଲେ। ବାଘ ବାର୍‌ହାକୁ ଶିକାର କରି ନଖାଇଲେ ବନବିଭାଗ ପକ୍ଷରୁ ତାକୁ ମାରି ଖାଇବାକୁ ଦିଆଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଥିଲେ।

ସେ ଆହୁରି କହିଥିଲେ,“ସିସିଟିଭି ଓ ସାଟେଲାଇଟ୍ ଯୋଗେ ବାଘକୁ ୨୪ ଘଣ୍ଟିଆ ନିରୀକ୍ଷଣ କରାଯାଉଛି। ବାଘର ଆଚରଣ ଓ ଗତିବିଧି ଉପରେ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ପକ୍ଷରୁ ରିସର୍ଚ୍ଚ କରାଯାଉଛି। ଏଥିସହ ବାଘ ପାଇଁ ଭୟଭୀତ ନହେବାକୁ  ସାତକୋଶିଆବାସୀଙ୍କୁ ପରାମର୍ଶ ଦିଆଯାଇଛି।”

[caption id="attachment_247338" align="aligncenter" width="1004"]khuada ମହାବଳ ପାଇଁ ସାତକୋଶିଆରେ ତିଆରି ହୋଇଥିବା ଖୁଆଡ଼[/caption]

ଆଉ ୫ଟି ଆସିବେ

କାହ୍ନା ଅଭୟାରଣ୍ୟରୁ ଅଣାଯାଇଥିବା ଏହି ମହାବଳ ବାଘକୁ ସାତକୋଶିଆରେ ଏକ ସ୍ୱତନ୍ତ୍ର ଖୁଆଡ଼ ବା ଏନକ୍ଲୋଜରରେ ରଖାଯାଇଛି। କାହ୍ନା ଅଭୟାରଣ୍ୟର ପରିବେଶ ସହ ସନ୍ତୁଳନ ରକ୍ଷା କରି ସାତକୋଶିଆର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହି ଖୁଆଡ଼ କରାଯାଇଛି। ସାତକୋଶିଆ ପରିବେଶ ସହ ଖାପ ଖୁଆଇ ରହି ପାରିଲେ ଆଗକୁ ଆଉ ୫ଟି ବାଘ ଅଣାଯିବା ସହ ପ୍ରାକୃତିକ ଉପାୟରେ ସେମାନଙ୍କ ବଂଶ ବିସ୍ତାର ଲାଗି ଉଦ୍ୟମ କରାଯିବ। ପୂର୍ବରୁ ସାତକୋଶିଆରେ ବାଘ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ସଂଖ୍ୟା କମି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos