ସୁଦୀପଙ୍କୁ ମିଳିଲା ଜାମିନ, ଜେଲରୁ ମୁକୁଳିବେ

sandeepbandopadhya

କଟକ: ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ତୃଣମୂଳ କଂଗ୍ରେସ୍ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି।  ୫୦ ହଜାର ଲେଖାଏଁ ୨ ଜାମିନଦାର ବଦଳରେ ତାଙ୍କୁ ଜାମିନ ମିଳିଛି।  ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସହ ପାସପୋର୍ଟ ଦାଖଲ କରିବାକୁ  ସୁଦୀପଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁଦୀପଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଦର୍ଶାଇ ତାଙ୍କୁ ଜାମିନ ଦେବା ପାଇଁ ତାଙ୍କ ଓକିଲ କୋର୍ଟଙ୍କ ପାଖରେ ଯୁକ୍ତି ଉପସ୍ଥାପନ କରିଥିଲେ। ରୋଜଭ୍ୟାଲିର କୌଣସି ଅର୍ଥ ସିଧାସଳଖ ସୁଦୀପଙ୍କ ଆକାଉଣ୍ଟରୁ ଯାଇନାହିଁ। ତେଣୁ ମନି-ଟ୍ରେଲ ଅଭିଯୋଗର ପ୍ରମାଣ ନାହିଁ ବୋଲି ସୁଦୀପଙ୍କ ଓକିଲ କହିଥିଲେ।

Previous ArticleNext Article

Send this to a friend