ରାଜ୍ୟସଭା ନିର୍ବାଚନ: ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡିର ୩ ପ୍ରାର୍ଥୀ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜେଡିର ୩ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବେ। ଦିନ ପ୍ରାୟ ୧୧ଟା ସମୟରେ ସମସ୍ତ ପ୍ରାର୍ଥୀ ଏବଂ ପ୍ରସ୍ତାବକ ସମର୍ଥକମାନେ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାମ୍ବରରେ ପହଞ୍ଚିବା ପରେ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ସହ ବିଜେଡିରେ ମିଶିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ।</p> <p>ରାଜ୍ୟସଭା ସଦସ୍ୟ ଥିବା ଅନଙ୍ଗ ଉଦୟ ସିଂଦେଓ, ଏଭି. ସ୍ୱାମୀ ଏବଂ ଦିଲୀପ କୁମାର ତିର୍କୀଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ସରୁଛି। ଏମାନଙ୍କ ସ୍ଥାନରେ ଖାଲି ହେଉଥିବା ଆସନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ହେବ। ତେବେ ସଂଖ୍ୟା ଦୃଷ୍ଟିରୁ ବିଜେଡି ନିକଟରେ ଆବଶ୍ୟକୀୟ ବିଧାୟକ ଥିବାରୁ ୩ଟି ଯାକ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ।</p>

Ordigital Desk
  • Published: Friday, 09 March 2018
  • Updated: 09 March 2018, 07:48 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜେଡିର ୩ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବେ। ଦିନ ପ୍ରାୟ ୧୧ଟା ସମୟରେ ସମସ୍ତ ପ୍ରାର୍ଥୀ ଏବଂ ପ୍ରସ୍ତାବକ ସମର୍ଥକମାନେ ମୁଖ୍ୟମନ୍ତ୍ରୀଙ୍କ ଚ୍ୟାମ୍ବରରେ ପହଞ୍ଚିବା ପରେ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ସହ ବିଜେଡିରେ ମିଶିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ।</p><p>ରାଜ୍ୟସଭା ସଦସ୍ୟ ଥିବା ଅନଙ୍ଗ ଉଦୟ ସିଂଦେଓ, ଏଭି. ସ୍ୱାମୀ ଏବଂ ଦିଲୀପ କୁମାର ତିର୍କୀଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ସରୁଛି। ଏମାନଙ୍କ ସ୍ଥାନରେ ଖାଲି ହେଉଥିବା ଆସନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ହେବ। ତେବେ ସଂଖ୍ୟା ଦୃଷ୍ଟିରୁ ବିଜେଡି ନିକଟରେ ଆବଶ୍ୟକୀୟ ବିଧାୟକ ଥିବାରୁ ୩ଟି ଯାକ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos