ଆଜି ପୁଣି ଏନ୍ଆଇଏ ନିକଟରେ ହାଜର ହେବ ଅଖତର

akter-husan

ନୂଆଦିଲ୍ଲୀ: ଗତକାଲି ୯ ଘଣ୍ଟାର ମାରାଥନ୍ ଜେରା ପରେ ଆଜି ପୁଣି ଅଖତର ହୁସେନ ଖାନକୁ ପଚରାଉଚରା ପାଇଁ ଡାକିଛି ନ୍ୟାସନାଲ ଇନ୍‌ଭେଷ୍ଟିଗେଟିଭ୍ ଏଜେନ୍ସି(ଏନ୍ଆଇଏ)। ନୋଟିସ୍ ମୁତାବକ ଗତକାଲି ଏନ୍‌ଆଇଏ ମୁଖ୍ୟ କାର୍ଯ୍ୟାଳୟରେ ହାଜର ହୋଇଥିଲା ଅଖତର। ଦିନ ୧୧ଟାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ତାଙ୍କୁ ଜେରା ଚାଲିଥିଲା। ବ୍ୟାଙ୍କ ଆକାଉଣ୍ଟ ଟ୍ରାନଜାକ୍ସନ ନେଇ ପଚରାଉଚରା ହୋଇଥିବା ଜେରା ପରେ ସୂଚନା ଦେଇଥିଲା ଅଖତର। ତାସହ ଓଡ଼ିଶାରେ ପଚରା ଯାଇଥିବା ପ୍ରଶ୍ନର ପୁନରାବୃତ୍ତି ହୋଇଥିବା କହିଛନ୍ତି।

ସନ୍ଦିଗ୍ଧ କାର୍ଯ୍ୟାକଳାପ ପାଇଁ ଅଖତର ହୁସେନ୍ ଖାନ୍ ରହୁଥିବା କଟକ କିଶନନଗର ନିକଟ ସାମନ୍ତରାପୁର ଗାଁରେ ଗତ ସପ୍ତାହରେ ପଚରାଉଚରା କରିଥିଲା ଏନ୍‌ଆଇଏର ୬ ଜଣିଆ ଟିମ୍। ଦିଲ୍ଲୀରୁ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧ ଆତଙ୍କବାଦୀର ଲିଙ୍କରେ ଏନ୍‌ଆଇଏ ଅଖତର ନିକଟରେ ପହଞ୍ଚିଥିବା ସୂଚନା ମିଳିଥିଲା।

Previous ArticleNext Article

Send this to a friend