ଏହିସବୁ ଜିଲ୍ଲାରେ ହୋଇପାରେ କୁଆପଥର ମାଡ଼ ସହ ବର୍ଷା; ପବନ ବେଗ ରହିବ ୫୦ରୁ ୬୦ କି.ମି.
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶନିବାର ଠାରୁ ଟିକେ ଆଶ୍ୱସ୍ତ ମିଳିବ। ସାରା ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ କାଲିଠାରୁ ତିନିରୁ ଚାରି ଦିନ ପର୍ଯ୍ୟନ୍ତ କମ୍ ତାତି ଅନୁଭୂତ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲା ହେଉଛି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଓ ନୟାଗଡ଼। ଏହି ସମୟରେ ୫୦ରୁ ୬୦ କି.ମି. ବେଗରେ ପବନ ବହିପାରେ। ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ।
ଗତକାଲି ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା। ସେଥିମଧ୍ୟରୁ ଅଧିକାଂଶ ପଶ୍ଚିମ ଓଡ଼ିଶାର ସହର ହୀରାକୁଦରେ ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଥିଲା। ଭୁବନେଶ୍ୱରର ତାପମାତ୍ରା ୩୮ ଦଶମିକ ୪ ଡିଗ୍ରୀ ସେଲସିୟସ୍ ଥିଲା।
Ordigital Desk
• Published: Friday, 27 April 2018
• Updated: 27 April 2018, 09:45 AM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos