ଆଜି ସରୁଛି ରାଜ୍ୟପାଳ ଏସ୍.ସି. ଜମିରଙ୍କ କାର୍ଯ୍ୟକାଳ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସରୁଛି ରାଜ୍ୟପାଳ ଏସ୍.ସି. ଜମିରଙ୍କ କାର୍ଯ୍ୟକାଳ। ଆଜି ବିଧାନସଭାରେ ନିଜର ଶେଷ ବଜେଟ୍ ଅଭିଭାଷଣ ରଖିବେ ରାଜ୍ୟପାଳ। ଜମିର୍ ଅବଶ୍ୟ ନୂଆ ରାଜ୍ୟପାଳ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ରାଜ୍ୟପାଳ ଭାବେ ସେ ଦାୟିତ୍ୱ ନିର୍ବାହ କରିବେ। କିନ୍ତୁ ଜମିରଙ୍କ ପରେ କିଏ ହେବେ ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ, ଏ ପର୍ଯ୍ୟନ୍ତ କାର୍ଡ ଖୋଲିନାହାନ୍ତି କେନ୍ଦ୍ର ସରକାର। ରାଜ୍ୟରେ ବିଜେପି ଓ ବିଜେଡି ଲଢେଇ ଏବଂ କେନ୍ଦ୍ରରେ ମୋଦି ସରକାର ଥିବାରୁ ଚର୍ଚ୍ଚା ହେଉଛି,ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇପାରେ।</p> <p>ରାଜ୍ୟପାଳ ଭଳି ସାମ୍ବିଧାନିକ ପଦ କ୍ଷେତ୍ରରେ ବିଜେପି ଯଦି ସେଭଳି ଆଭିମୁଖ୍ୟ ରଖି ନିଯୁକ୍ତି କରେ, ତାହା ଦୁଃଖଦାୟକ ହେବ ବୋଲି ବିଜେଡି କହିଛି। ସେହିପରି &nbsp;ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି।</p>

Ordigital Desk
  • Published: Tuesday, 20 March 2018
  • Updated: 20 March 2018, 09:01 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସରୁଛି ରାଜ୍ୟପାଳ ଏସ୍.ସି. ଜମିରଙ୍କ କାର୍ଯ୍ୟକାଳ। ଆଜି ବିଧାନସଭାରେ ନିଜର ଶେଷ ବଜେଟ୍ ଅଭିଭାଷଣ ରଖିବେ ରାଜ୍ୟପାଳ। ଜମିର୍ ଅବଶ୍ୟ ନୂଆ ରାଜ୍ୟପାଳ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ରାଜ୍ୟପାଳ ଭାବେ ସେ ଦାୟିତ୍ୱ ନିର୍ବାହ କରିବେ। କିନ୍ତୁ ଜମିରଙ୍କ ପରେ କିଏ ହେବେ ଓଡ଼ିଶାର ପରବର୍ତ୍ତୀ ରାଜ୍ୟପାଳ, ଏ ପର୍ଯ୍ୟନ୍ତ କାର୍ଡ ଖୋଲିନାହାନ୍ତି କେନ୍ଦ୍ର ସରକାର। ରାଜ୍ୟରେ ବିଜେପି ଓ ବିଜେଡି ଲଢେଇ ଏବଂ କେନ୍ଦ୍ରରେ ମୋଦି ସରକାର ଥିବାରୁ ଚର୍ଚ୍ଚା ହେଉଛି,ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇପାରେ।</p><p>ରାଜ୍ୟପାଳ ଭଳି ସାମ୍ବିଧାନିକ ପଦ କ୍ଷେତ୍ରରେ ବିଜେପି ଯଦି ସେଭଳି ଆଭିମୁଖ୍ୟ ରଖି ନିଯୁକ୍ତି କରେ, ତାହା ଦୁଃଖଦାୟକ ହେବ ବୋଲି ବିଜେଡି କହିଛି। ସେହିପରି &nbsp;ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos