ଆଜି ରାତିରେ ଅଟକିବ ବଲାଙ୍ଗିର ସହର

ବଲାଙ୍ଗିର(ସସ୍ମିତା ସାହୁ): ଦିନରେ ନୁହେଁ, ରାତିରେ ହେବ ଆନ୍ଦୋଳନ। ଦାବି ହାସଲ ପାଇଁ ଚକାଜାମ କରାଯିବ। ପୂରା ସହରରେ ରାତିରେ ଗୋଟିଏ ଘଣ୍ଟା ପାଇଁ ବନ୍ଦ ରହିବ ଗାଡି ଚଳାଚଳ। ବଲାଙ୍ଗିର ସହରରେ ବାଇପାସ ରାସ୍ତା ଦାବିରେ ଏପରି ଅଭିନବ ଆନ୍ଦୋଳନର ଡାକରା ଦେଇଛି ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି। ଏହି ଆନ୍ଦୋଳନକୁ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସମର୍ଥନ କରିଛନ୍ତି। ଆଜି ରାତି ୧୦ ଟାରୁ ୧୧ ଟା ମଧ୍ୟରେ ବଲାଙ୍ଗିର ସହରରେ ଗାଡି […]

Fight_at_night-2

Fight_at_night-2

Rakesh Mallick
  • Published: Tuesday, 17 April 2018
  • Updated: 17 April 2018, 07:00 PM IST

Sports

Latest News

ବଲାଙ୍ଗିର(ସସ୍ମିତା ସାହୁ): ଦିନରେ ନୁହେଁ, ରାତିରେ ହେବ ଆନ୍ଦୋଳନ। ଦାବି ହାସଲ ପାଇଁ ଚକାଜାମ କରାଯିବ। ପୂରା ସହରରେ ରାତିରେ ଗୋଟିଏ ଘଣ୍ଟା ପାଇଁ ବନ୍ଦ ରହିବ ଗାଡି ଚଳାଚଳ। ବଲାଙ୍ଗିର ସହରରେ ବାଇପାସ ରାସ୍ତା ଦାବିରେ ଏପରି ଅଭିନବ ଆନ୍ଦୋଳନର ଡାକରା ଦେଇଛି ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି। ଏହି ଆନ୍ଦୋଳନକୁ ସହରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସମର୍ଥନ କରିଛନ୍ତି।

ଆଜି ରାତି ୧୦ ଟାରୁ ୧୧ ଟା ମଧ୍ୟରେ ବଲାଙ୍ଗିର ସହରରେ ଗାଡି ଚଳାଚଳ ବନ୍ଦ ରହିବ। ସହର ପାଇଁ ବାଇପାସ ନିର୍ମାଣ ଦାବିରେ କ୍ରିୟାନୁଷ୍ଠାନ କମିଟି ଏହି ଆନ୍ଦୋଳନର ଡାକରା ଦେଇଛି। ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ଡାକରାରେ ଗତକାଲି ଏକାଠି ହୋଇଥିଲେ ସହରର ପାଖାପାଖି ୨୦ଟି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ। ମିଳିତ ମଞ୍ଚରେ ନିଷ୍ପତ୍ତି ଅନୁଯାୟୀ, ଏଥର ବାଇପାସ ନିର୍ମାଣ ପାଇଁ ‘ଏପାର ଓ ସେପାର’ ଲଢେଇ ହେବ।

ବଲାଙ୍ଗିର ସହର ଲୋକ ସଂଖ୍ୟା ଦେଢ ଲକ୍ଷରୁ ଅଧିକ ହେବ। ଜିଲ୍ଲାର କେନ୍ଦ୍ରସ୍ଥଳୀ ଭାବେ ପରିଚିତ ସହର ଦେଇ ଯାଇଛି ୨୬ ଓ ୫୭ ନମ୍ବର ଦୁଇଟି ଜାତୀୟ ରାଜପଥ। ଏହି ରାସ୍ତା ଦେଇ ମାଳବାହୀ ଟ୍ରକ ଗୁଡାକ ବିଶାଖାପଟଣା ଓ ରାୟପୁର ଯାଇଥାଏ।  ଏପରିକି ଲାଞ୍ଜିଗଡ଼ ବେଦାନ୍ତ ପ୍ରକଳ୍ପକୁ ଶହ ଶହ ସଂଖ୍ୟାରେ କ୍ୟାମିକାଲ ବୋଝେଇ ଗାଡି ଯିବା ଆସିବା କରିଥାଏ। ତେଣୁ ସହର ଭିତରେ ଟ୍ରାଫିକ ନଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos