ଆଜିଠୁ ଭିତରକାଠ ପାଖରୁ ମିଳିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ(ଓଡ଼ିଶା ରିପୋର୍ଟର): ଦୀର୍ଘ ଦୁଇବର୍ଷ ଦୁଇମାସ ପରେ ଆଜି ଖୋଲିବ ଶ୍ରୀମନ୍ଦିର ଜଗମୋହନ। ଅତି ନିକଟରୁ ନହେଲେ ବି ଭିତରକାଠ ପାଖରୁ ମିଳିବ ଶ୍ରୀଜିଉଙ୍କ ଦର୍ଶନ। ସକାଳଧୂପ ପରେ ଜଗମୋହନ ଭିତରକୁ ଭକ୍ତଙ୍କୁ ଛଡ଼ାଯିବ। ଫଳରେ ପୂର୍ବଭଳି ଭିତରକାଠ ପାଖରୁ ତିନି ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ। ନୀତିକାନ୍ତି ସମୟରେ ଜଗମୋହନ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ।  ସାଧାରଣ ଦିନରେ ମଙ୍ଗଳ ଆଳତୀରୁ ଗୋପାଳ ବଲ୍ଲଭ ନୀତି ପର୍ଯ୍ୟନ୍ତ ଦର୍ଶନ ଜାରି ରହିବ। ଜୟବିଜୟ ଦ୍ୱାର ଦେଇ ଭକ୍ତ ଜଗମୋହନ ପ୍ରବେଶ କରିବା ପରେ ବେହରଣ ଦ୍ୱାର ଦେଇ ଫେରିବାର ବ୍ୟବସ୍ଥା କରାଯାଇଛି। ଦୀର୍ଘ ଦୁଇବର୍ଷ ପରେ ପୁଣି ଭିତରକାଠ ଦର୍ଶନ ସୁଯୋଗ ମିଳୁଥିବାରୁ ଭକ୍ତଙ୍କ ମହଲରେ ଖୁସି ଖେଳିଯାଇଛି।

୨୦୧୬ ମସିହା ଜାନୁଆରୀ ମାସରୁ ଏଏସ୍ଆଇ ପକ୍ଷରୁ ଜଗମୋହନ ମରାମତି କାମ ଆରମ୍ଭ ହେବା ପରଠାରୁ ବନ୍ଦ ଥିଲା ଜଗମୋହନ ଦର୍ଶନ। ବାହାରକାଠ ପାଖରୁ ହିଁ ଦର୍ଶନ କରୁଥିଲେ ଭକ୍ତ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ଆଜିଠୁ ଜଗମୋହନ ଖୋଲୁଛି। ସାହାଣ ମେଲା ଦର୍ଶନ ଅର୍ଥାତ୍ ଗର୍ଭଗୃହରେ ଦର୍ଶନ ବ୍ୟବସ୍ଥାକୁ ବାରଣ କରାଯାଇଛି। ଏପରିକି କେବଳ ପାଳିଆ ସେବାୟତଙ୍କ ବ୍ୟତୀତ ଅନ୍ୟ ସେବାୟତଙ୍କ ଗର୍ଭଗୃହ ପ୍ରବେଶ ଉପରେ କଟକଣା କରାଯାଇଛି।

ଅନ୍ୟପକ୍ଷରେ ସାହାଣମେଳାରେ ଅନ୍ୟ ସେବାୟତଙ୍କ ପ୍ରବେଶ ନିଷେଧ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହି କାରଣରୁ ଆଜି ନୀତିରେ ବିଳମ୍ବ ହୋଇଛି।  ମଙ୍ଗଳ ଆଳତୀ ନୀତିରେ ପ୍ରାୟ ଘଣ୍ଟାଏରୁ ଦେଢ଼ଘଣ୍ଟା ବିଳମ୍ବ ହୋଇଛି। ପାଳିଆ ସେବାୟତ ମଙ୍ଗଳ ଆଳତୀ କରିବାକୁ ନିର୍ଦ୍ଦେଶ ଥିବା ବେଳେ ସେମାନଙ୍କ ବିନା ଅନ୍ୟମାନଙ୍କୁ ଗର୍ଭଗୃହକୁ ପ୍ରବେଶ କରିବା ଉପରେ ହାଇକୋର୍ଟ କଟକଣା ଜାରି କରିଥିଲେ। ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଛନ୍ତି ସେବାୟତ।

Ordigital Desk
• Published: Monday, 16 April 2018
• Updated: 16 April 2018, 09:17 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos