ଆଜି ରାମନବମୀ: ଭଦ୍ରକରେ ଆଜି ନଗର ସଂକୀର୍ତ୍ତନ, ପୂରା ସହରରେ ପୋଲିସ ଛାଉଣୀ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ରାମନବମୀ। ଏଥିପାଇଁ ମନ୍ଦିର ଗୁଡ଼ିକରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଓ ଆରାଧନା ପାଇଁ ସମସ୍ତେ ଉତ୍ସୁକ। ସେହିପରି ରାମ ନବମୀ ଅବସରରେ ଭଦ୍ରକରେ ଆଜି ହେବାକୁ ଥିବା ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଓ ୫୦ରୁ ଅଧିକ ମେଢ଼ ସାମିଲ ହେବେ ବୋଲି ଆଶା କରାଯାଉଛି। ପୁରୁଣା ରୁଟ୍ ଦେଇ ଶୋଭାଯାତ୍ରା ସହର ପରିକ୍ରମା କରିବ। ଏହାକୁ ଦୃଷ୍ଟିରେ ରଖି ପୋଲିସ ଛାଉଣୀରେ ପରିଣତ ହୋଇଛି ଭଦ୍ରକ ସହର। ଏହି ସମୟରେ ଯେପରି କୌଣସି ବିଶୃଙ୍ଖଳା ନହୁଏ ସେଥିପାଇଁ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ୍ ଫୋର୍ସ। ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ଲାଗି ୪ ଜଣ କମାଣ୍ଡାଣ୍ଟ୍ ଓ ୭୦ ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଛି।</p> <p>&lt;a href=&quot;&quot;&gt;(image) &lt;/a&gt;ସାରା ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଛି ପ୍ରଶାସନ। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଟରନେଟ୍ ସେବାକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସହରରେ ବନ୍ଦ କରାଯାଇଛି। ଦିଆଯାଇଛି। ଭଦ୍ରକ ସହରରେ ରାମନବମୀ ଉତ୍ସବ ପାଳନ ଜାରି ରହିଥିବାବେଳେ ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ଏବଂ ସାଂପ୍ରଦାୟିକ ସଦ୍&zwnj;ଭାବନା ବଜାଇ ରଖିବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।</p>

Ordigital Desk
  • Published: Sunday, 25 March 2018
  • Updated: 25 March 2018, 08:29 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ରାମନବମୀ। ଏଥିପାଇଁ ମନ୍ଦିର ଗୁଡ଼ିକରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଓ ଆରାଧନା ପାଇଁ ସମସ୍ତେ ଉତ୍ସୁକ। ସେହିପରି ରାମ ନବମୀ ଅବସରରେ ଭଦ୍ରକରେ ଆଜି ହେବାକୁ ଥିବା ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଓ ୫୦ରୁ ଅଧିକ ମେଢ଼ ସାମିଲ ହେବେ ବୋଲି ଆଶା କରାଯାଉଛି। ପୁରୁଣା ରୁଟ୍ ଦେଇ ଶୋଭାଯାତ୍ରା ସହର ପରିକ୍ରମା କରିବ। ଏହାକୁ ଦୃଷ୍ଟିରେ ରଖି ପୋଲିସ ଛାଉଣୀରେ ପରିଣତ ହୋଇଛି ଭଦ୍ରକ ସହର। ଏହି ସମୟରେ ଯେପରି କୌଣସି ବିଶୃଙ୍ଖଳା ନହୁଏ ସେଥିପାଇଁ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ୍ ଫୋର୍ସ। ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ଲାଗି ୪ ଜଣ କମାଣ୍ଡାଣ୍ଟ୍ ଓ ୭୦ ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଛି।</p><p>&lt;a href=&quot;&quot;&gt;(image) &lt;/a&gt;ସାରା ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଛି ପ୍ରଶାସନ। ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଟରନେଟ୍ ସେବାକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସହରରେ ବନ୍ଦ କରାଯାଇଛି। ଦିଆଯାଇଛି। ଭଦ୍ରକ ସହରରେ ରାମନବମୀ ଉତ୍ସବ ପାଳନ ଜାରି ରହିଥିବାବେଳେ ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ଏବଂ ସାଂପ୍ରଦାୟିକ ସଦ୍&zwnj;ଭାବନା ବଜାଇ ରଖିବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos