କାଲିଠୁ ଗଡ଼ିବନି ବସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଘରୋଇ ବସ ଚଳାଚଳ କରିବ ନାହିଁ। ସିଟି ବସ୍ ଚଳାଚଳ ନେଇ ରୁଟ୍ ନିର୍ଦ୍ଧାରଣ, ପ୍ରଚଳିତ ମୋଟର ଭେଇକିଲ ଟିକସ ବ୍ୟବସ୍ଥାକୁ ବିରୋଧ ଓ ଘରୋଇ ବସ୍‌ଠାରୁ ଟୋଲ ଫି ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ ଦାବି ନେଇ ବସ ଧର୍ମଘଟର ଡାକରା ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଏହି ଧର୍ମଘଟରେ ରାଜ୍ୟର ବିଭିନ୍ନ ରାସ୍ତାରେ ଚାଲୁଥିବା ୧୭,୦୦୦ ବସ୍‌ ମାଲିକ ସାମିଲ ସାମିଲ ହୋଇଛନ୍ତି। ତେବେ ଯାତ୍ରୀଙ୍କର ଯେମିତି କିଛି ଅସୁବିଧା ନହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇ ସମସ୍ତ ଘରୋଇ ବସ୍‌ର ପଛରେ ପୋଷ୍ଟର ମରାଯାଇ ଧର୍ମଘଟ ନେଇ ଅବଗତ କରାଯାଇଛି।

Previous ArticleNext Article

Send this to a friend