୪ର୍ଥ ବର୍ଷର ହିସାବ ଦେବା ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଟକରେ ଆୟୋଜିତ ସଭାରେ ସେ ଯୋଗଦେବେ। ଏଥିପାଇଁ ଚଳଚଞ୍ଚଳ ବିଜେପି କ୍ୟାମ୍ପ। ମୋଦିଙ୍କ ଜନକଲ୍ୟାଣ ସଭାରେ ପହଁଞ୍ଚିବାକୁ ଭିନ୍ନ ଭିନ୍ନ ଢଙ୍ଗରେ ଆଜି ଲୋକଙ୍କୁ ନିମନ୍ତ୍ରଣ କରିଛି ବିଜେପି। କଟକ ସହରରେ ଗଳି କନ୍ଦିରେ ବୁଲୁଛି ଦଳର ମୋଟର ସାଇକେଲ ଶୋଭାଯାତ୍ରା। ଏପଟେ ମହିଳା ମୋର୍ଚ୍ଚା ମଧ୍ୟ ଘରେ ଘରେ ପହଁଞ୍ଚି ପାରମ୍ପରିକ ରୀତିରେ ନିମନ୍ତ୍ରଣ କରିଛି। ଆସନ୍ତାକାଲି ଅପରାହ୍ନ ୩.୨୦ରେ କଟକର କିଲ୍ଲା ପଡିଆରେ ପହଞ୍ଚି […]

tomorrow narendra modi come to cuttack

tomorrow narendra modi come to cuttack

Rakesh Mallick
  • Published: Friday, 25 May 2018
  • Updated: 25 May 2018, 08:32 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଟକରେ ଆୟୋଜିତ ସଭାରେ ସେ ଯୋଗଦେବେ। ଏଥିପାଇଁ ଚଳଚଞ୍ଚଳ ବିଜେପି କ୍ୟାମ୍ପ। ମୋଦିଙ୍କ ଜନକଲ୍ୟାଣ ସଭାରେ ପହଁଞ୍ଚିବାକୁ ଭିନ୍ନ ଭିନ୍ନ ଢଙ୍ଗରେ ଆଜି ଲୋକଙ୍କୁ ନିମନ୍ତ୍ରଣ କରିଛି ବିଜେପି। କଟକ ସହରରେ ଗଳି କନ୍ଦିରେ ବୁଲୁଛି ଦଳର ମୋଟର ସାଇକେଲ ଶୋଭାଯାତ୍ରା। ଏପଟେ ମହିଳା ମୋର୍ଚ୍ଚା ମଧ୍ୟ ଘରେ ଘରେ ପହଁଞ୍ଚି ପାରମ୍ପରିକ ରୀତିରେ ନିମନ୍ତ୍ରଣ କରିଛି।

ଆସନ୍ତାକାଲି ଅପରାହ୍ନ ୩.୨୦ରେ କଟକର କିଲ୍ଲା ପଡିଆରେ ପହଞ୍ଚି ଜନକଲ୍ୟାଣ ସମାବେଶରେ ନିଜ ଚତୁର୍ଥ ବର୍ଷର ସଫଳତା କଥା କହିବେ ମୋଦି। ଏଥିପାଇଁ ଜୋର୍ ଦାର୍ ପ୍ରସ୍ତୁତି ଚାଲିଛି। ଏପଟେ ଦ୍ୱୈତନଗରୀରେ ଛାଇ ହୋଇଯାଇଛି ମୋଦି ଓ ଅମିତ ଶାହାଙ୍କ ପୋଷ୍ଟର ଏବଂ କର୍ଟଆଉଟ। ଯୋଜନା ମୁତାବକ ୪୮ ମାସରେ ଓଡ଼ିଶା ପାଇଁ ମୋଦିଙ୍କ ୪୮ଟି ଯୋଜନାକୁ ନେଇ ଦଳ ପ୍ରସ୍ତୁତ କରିଥିବା ପୁସ୍ତକକୁ ବି ଆସନ୍ତା କାଲି ଉନ୍ମୋଚନ କରାଯିବ। ତେବେ ଆଜି ରାଷ୍ଟ୍ରୀୟ ମୁଖପାତ୍ର  ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କ ଶାସନରେ ପ୍ରମୁଖ ସଫଳତାର ତୁଳନାତ୍ମକ ଚିତ୍ର ରଖିବା ସହ ନବୀନ ପଟ୍ଟନାୟକଙ୍କୁ ବି ଟାର୍ଗେଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦ୍ୱିତୀୟ ବର୍ଷ ପୂର୍ତ୍ତି ପାଳନ ବେଳେ ବିକାଶର ଚିତ୍ର ଦେବାକୁ ବାଲେଶ୍ୱର ଆସିଥିଲେ।  ଏଥର କିନ୍ତୁ ମୋଦି କେବଳ ବିକାଶ କଥା କହିବେ ନା ନବୀନଙ୍କୁ ରାଜନୀତି ଅସ୍ତ୍ର ମାରିବେ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କର୍ଣ୍ଣାଟକ ଝଟକା ପରେ ବିରୋଧୀ ଶକ୍ତି ଏକାଠି ହେଉଥିବା ବେଳେ ବିଜେଡି ପ୍ରତି ମୋଦିଙ୍କ ଆଭିମୁଖ୍ୟ ବଦଳୁଛି ନା ଅମିତ ଶାହାଙ୍କ ଭଳି ଶାଣିତ ରହୁଛି, ତାକୁ ନେଇ କଳ୍ପନାଜଳ୍ପନା ଦେଖାଦେଇଛି। ଶାସକ ବିଜେଡି ମହାନଦୀକୁ ପ୍ରମୁଖ ଅସ୍ତ୍ର କରିଥିବା ବେଳେ ମୋଦିଙ୍କ ଭାଷଣରେ ଏହି ପ୍ରସଙ୍ଗ ସ୍ଥାନ ପାଉଛି କି ନାହିଁ ତାକୁ ବି ଅପେକ୍ଷା କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ କଂଗ୍ରେସ ସମାଲୋଚନା କରିଛି। ସେଥିପାଇଁ ୨୬ ତାରିଖକୁ ବିଶ୍ୱାସଘାତ ଦିବସ ଭାବେ ପାଳନ କରିବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ହେବା ପରେ କଟକ ହେବ ମୋଦିଙ୍କ ଷଷ୍ଠ ଓଡିଶା ଗସ୍ତ। ବିଜେପିର ଲୁକ ଇଷ୍ଟ ଫର୍ମୁଲାରେ ମୋଦି- ଶାହା ଯୋଡିଙ୍କ ଫୋକସରେ ରହିଛି ଓଡିଶା। ୧୯ ଯୁଦ୍ଧ ପୁର୍ବରୁ ମୋଦିଙ୍କ ଏହି ଗସ୍ତରୁ ରାଜ୍ୟ ବିଜେପିକୁ ବଳ ଦେବ ବୋଲି ଆଶା ରଖିଛନ୍ତି ରାଜ୍ୟ ନେତାଏଁ।

ସିସିଟିଭି ନଜରରେ ରହିଛି ସଭାସ୍ଥଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଶେଷ କରିଛି କମିଶନରେଟ୍‌ ପୋଲିସ। ସଭାସ୍ଥଳ କିଲ୍ଲା ପଡ଼ିଆରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିସିଟିଭି ନଜରରେ ରହିବ ପୁରା ସଭାସ୍ଥଳ। ଏହାଛଡ଼ା ସଭାସ୍ଥଳରେ ୩୫ ପ୍ଲାଟୁନ ଫୋର୍ସ ସହ ରହିବେ ସ୍ପେଶାଲ୍ ଟାକ୍ଟିକାଲ୍ ୟୁନିଟ୍, ବୋମା ନିଷ୍କ୍ରିୟକାରୀ ଟିମ୍ ଓ କୁଇକ୍ ଆକ୍ସନ ଫୋର୍ସ। ସମସ୍ତ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱରେ ରହିବେ ୩ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ। ଭୁବନେଶ୍ୱରରେ ମୋଦି ପହଞ୍ଚିବା ପରେ ହେଲିକପ୍ଟରରେ କଟକ ଯିବେ। ମୋଦିଙ୍କ ଗସ୍ତ ପୂର୍ବରୁ ଆଜି ପୋଲିସ ଡିଜି ସମାବେଶ ସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos