ଅଳ୍ପକେ ବର୍ତ୍ତିଲା ହାଓ୍ୱଡା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍‌

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ ବଡ଼ ଅଘଟଣରୁ ବର୍ତ୍ତିଲା ହାଓ୍ୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍। ଗତ ରାତିରେ କଟକ ଷ୍ଟେସନ ପାଖରେ ଏହି ଟ୍ରେନର S-6 ବଗିରେ ତ୍ରୁଟି ଦେଖା ଦେଇଥିଲା। ଏହାର ଆଲୁମିନିୟମ ପ୍ଲେଟ ଖସି ଯାଇଥିଲା।&nbsp; ଟ୍ରଲି ସ୍ପ୍ରିଙ୍ଗରେ ଏହି ତ୍ରୁଟି ଦେଖା ଦେଇଥିଲା। ପ୍ରାୟ ରାତି ୨ଟା ବେଳେ ଏହା ଜଣାପଡ଼ିବା ପରେ ସୁରକ୍ଷା କାରଣରୁ ଟ୍ରେନକୁ ଆଉ ଯାତ୍ରା କରିବାକୁ ଦିଆଯାଇନଥିଲା। ଏହି ବଗିକୁ ଟ୍ରେନରୁ ଅଲଗା କରାଯାଇଥିଲା ଓ ତାର ଯାଞ୍ଚ କରାଯାଉଛି।</p> <p>S-6 ଆଗରେ ଥିବା ୧୪ଟି ବଗି ସକାଳ ୫ଟାରେ କଟକ ଷ୍ଟେସନରେ ପହଞ୍ଚିଥିଲା। &nbsp;ହାଓ୍ୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍&zwnj;ର ଏହି ତ୍ରୁଟି ଯୋଗୁଁ ସେହି ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।&nbsp; କେତେକ ଟ୍ରେନକୁ ସିଙ୍ଗଲ୍ ଲାଇନରେ ଛଡ଼ା ଯାଇଛି। ତେବେ ଖୁବ ଶୀଘ୍ର ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଲୱେ ପକ୍ଷରୁ କୁହାଯାଇଛି।</p>

Ordigital Desk
  • Published: Tuesday, 15 May 2018
  • Updated: 15 May 2018, 09:57 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକ ବଡ଼ ଅଘଟଣରୁ ବର୍ତ୍ତିଲା ହାଓ୍ୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍। ଗତ ରାତିରେ କଟକ ଷ୍ଟେସନ ପାଖରେ ଏହି ଟ୍ରେନର S-6 ବଗିରେ ତ୍ରୁଟି ଦେଖା ଦେଇଥିଲା। ଏହାର ଆଲୁମିନିୟମ ପ୍ଲେଟ ଖସି ଯାଇଥିଲା।&nbsp; ଟ୍ରଲି ସ୍ପ୍ରିଙ୍ଗରେ ଏହି ତ୍ରୁଟି ଦେଖା ଦେଇଥିଲା। ପ୍ରାୟ ରାତି ୨ଟା ବେଳେ ଏହା ଜଣାପଡ଼ିବା ପରେ ସୁରକ୍ଷା କାରଣରୁ ଟ୍ରେନକୁ ଆଉ ଯାତ୍ରା କରିବାକୁ ଦିଆଯାଇନଥିଲା। ଏହି ବଗିକୁ ଟ୍ରେନରୁ ଅଲଗା କରାଯାଇଥିଲା ଓ ତାର ଯାଞ୍ଚ କରାଯାଉଛି।</p><p>S-6 ଆଗରେ ଥିବା ୧୪ଟି ବଗି ସକାଳ ୫ଟାରେ କଟକ ଷ୍ଟେସନରେ ପହଞ୍ଚିଥିଲା। &nbsp;ହାଓ୍ୱଡ଼ା-ପୁରୀ ଜଗନ୍ନାଥ ଏକ୍ସପ୍ରେସ୍&zwnj;ର ଏହି ତ୍ରୁଟି ଯୋଗୁଁ ସେହି ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।&nbsp; କେତେକ ଟ୍ରେନକୁ ସିଙ୍ଗଲ୍ ଲାଇନରେ ଛଡ଼ା ଯାଇଛି। ତେବେ ଖୁବ ଶୀଘ୍ର ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଲୱେ ପକ୍ଷରୁ କୁହାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos