ଅଧିକ ମାତ୍ରାରେ ଟ୍ରାଙ୍କୁଲାଇଜର ପ୍ରାଣ ନେଇଗଲା

ନବରଙ୍ଗପୁର(ଓଡ଼ିଶା ରିପୋର୍ଟର): ରାସ୍ତାରୁ ଜଣେ ବ୍ୟକ୍ତିଙ୍କୁ ଟାଣି ନେଇଥିବା ଭାଲୁ ଆଜି ମରିଗଲା। ନିଶ୍ଚେତକ(ଟ୍ରାଙ୍କୁଲାଇଜ)ର ମାତ୍ରା ଅଧିକ ଥିବାରୁ ଭାଲୁଟିର ପ୍ରାଣ ଚାଲିଗଲା ବୋଲି ଜଣାପଡିଛି। ବନ ବିଭାଗ ନିଜ ହେପାଜତରେ ଏହାକୁ ରଖି ଚିକିତ୍ସା କରୁଥିବା ବେଳେ ଏଭଳି ଅଘଟଣ ଯୋଗୁ ଏବେ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ବୁଧବାର ପାପଡ଼ାହାଣ୍ଡି ଥାନା ଦଳେଇଗୁଡ଼ା ଗାଁର ପ୍ରଭୁ ଭତ୍ରା ଏକ ବୋଲେରୋରେ ଛତିଶଗଡ଼ରୁ ଘରକୁ ଫେରୁଥିଲେ। ଫାର୍ସାଗୁଡ଼ା ନିକଟରେ ଗାଡ଼ି ଛିଡ଼ା କରି ପରିସ୍ରା କରୁଥିଲେ। ଏହି ସମୟରେ ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଏପରିକି ଭାଲୁଟି ତାଙ୍କୁ କଚାଡି ମାରି ଦେଇଥିଲା। ପରବର୍ତ୍ତି ସମୟରେ ମୃତଦେହ ଉଦ୍ଧାର କରିବାକୁ ଯାଇ ବନ କର୍ମଚାରୀ ଭାଲୁଟିକୁ ଟ୍ରାଙ୍କୁଲାଇଜ କରି କାବୁ କରିଥିଲା। ଆଜି ସକାଳୁ ଭାଲୁଟିର ମୃତ୍ୟୁ ଘଟିଛି।

Previous ArticleNext Article

Send this to a friend