ପିଛା ଛାଡୁନି ଦାରିଦ୍ର୍ୟ:ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କାର ପ୍ରାପ୍ତ ଆଶା ଦିଦି ଖୋଜୁଛନ୍ତି ସରକାରୀ ସାହାଯ୍ୟ

<p>ନୀଳଗିରି(ଓଡ଼ିଶା ରିପୋର୍ଟର): ମନରେ ଅସୁମାରୀ ଇଚ୍ଛା। ସମାଜ ଓ ଗାଁ ପାଇଁ କିଛି କରିବାର ଅଦମ୍ୟ ଆଗ୍ରହ। ଏଥିପାଇଁ ପୁରସ୍କାର ବି ପାଇଛନ୍ତି ଢେର୍। ଏମତିକି ଉତ୍ତମ ସେବା ସହ ସମାଜ ମଙ୍ଗଳ କାମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି ଯମୁନାମଣି। ହେଲେ ଏବେ ତାଙ୍କ ସ୍ୱପ୍ନରେ ଲାଗିଯାଇଛି ଧୂଳି। ମହିଳାଙ୍କ ପାଇଁ ପ୍ରେରଣା ସାଜିଥିବା ନୀଳଗିରିର ଯମୁନାମଣି ସିଂ ପୂର୍ବଭଳି ଦାରିଦ୍ର୍ୟ ଓ ଅସହାୟତାରେ ଆବୋରି ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କୃତ ହେବା ପରେ କିଛି ଦିନ ଗଣମାଧ୍ୟମରେ ଚର୍ଚ୍ଚିତ ଚେହେରା ପାଲଟିଥିବା ଯମୁନାମଣି ଆଜି ଅବହେଳିତ।</p> <p>ନୀଳଗିରି ବ୍ଲକ୍ ସଜନାଗଡ ଶିଆଳଘାଟି ଗାଁର ଏକ ଛୋଟିଆ ଚାଳ ଘରେ କଟୁଛି ଦିନ। ଗାଁର ବିଭିନ୍ନ ସମସ୍ୟା ସହ ଲୋକଙ୍କ ଭିତରେ ଥିବା କୁସଂସ୍କାରକୁ ନେଇ ସେ ଗାଁ ଗାଁ ବୁଲି ସଚେତନ କରନ୍ତି। ନିଜର ଏହି କାମ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ କିଛି କିଛି ସହାୟତା ରାଶି ବି ମିଳିଛି। ହେଲେ ସରକାରଙ୍କ ପାଇଁ ଅଲୋଡା ପାଲଟି ଯାଇଛନ୍ତି ଯମୁନାମଣି। ସରକାରୀ ସାହାଯ୍ୟ ଗଣ୍ଡାକ ଯୋଗାଇଦେଲେ ଦୁଃଖ ଦୂର ହୁଅନ୍ତା ବୋଲି ସେ ଆଶା ରଖିଛନ୍ତି।</p>

Ordigital Desk
  • Published: Monday, 12 March 2018
  • Updated: 12 March 2018, 12:40 PM IST

Sports

Latest News

<p>ନୀଳଗିରି(ଓଡ଼ିଶା ରିପୋର୍ଟର): ମନରେ ଅସୁମାରୀ ଇଚ୍ଛା। ସମାଜ ଓ ଗାଁ ପାଇଁ କିଛି କରିବାର ଅଦମ୍ୟ ଆଗ୍ରହ। ଏଥିପାଇଁ ପୁରସ୍କାର ବି ପାଇଛନ୍ତି ଢେର୍। ଏମତିକି ଉତ୍ତମ ସେବା ସହ ସମାଜ ମଙ୍ଗଳ କାମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି ଯମୁନାମଣି। ହେଲେ ଏବେ ତାଙ୍କ ସ୍ୱପ୍ନରେ ଲାଗିଯାଇଛି ଧୂଳି। ମହିଳାଙ୍କ ପାଇଁ ପ୍ରେରଣା ସାଜିଥିବା ନୀଳଗିରିର ଯମୁନାମଣି ସିଂ ପୂର୍ବଭଳି ଦାରିଦ୍ର୍ୟ ଓ ଅସହାୟତାରେ ଆବୋରି ରହିଛନ୍ତି। ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କୃତ ହେବା ପରେ କିଛି ଦିନ ଗଣମାଧ୍ୟମରେ ଚର୍ଚ୍ଚିତ ଚେହେରା ପାଲଟିଥିବା ଯମୁନାମଣି ଆଜି ଅବହେଳିତ।</p><p>ନୀଳଗିରି ବ୍ଲକ୍ ସଜନାଗଡ ଶିଆଳଘାଟି ଗାଁର ଏକ ଛୋଟିଆ ଚାଳ ଘରେ କଟୁଛି ଦିନ। ଗାଁର ବିଭିନ୍ନ ସମସ୍ୟା ସହ ଲୋକଙ୍କ ଭିତରେ ଥିବା କୁସଂସ୍କାରକୁ ନେଇ ସେ ଗାଁ ଗାଁ ବୁଲି ସଚେତନ କରନ୍ତି। ନିଜର ଏହି କାମ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ କିଛି କିଛି ସହାୟତା ରାଶି ବି ମିଳିଛି। ହେଲେ ସରକାରଙ୍କ ପାଇଁ ଅଲୋଡା ପାଲଟି ଯାଇଛନ୍ତି ଯମୁନାମଣି। ସରକାରୀ ସାହାଯ୍ୟ ଗଣ୍ଡାକ ଯୋଗାଇଦେଲେ ଦୁଃଖ ଦୂର ହୁଅନ୍ତା ବୋଲି ସେ ଆଶା ରଖିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos