ଝିଅ ଘରକୁ ଭାର ନେଇ ଯାଉଥିଲେ, ବ୍ରିଜ୍‌ରୁ ଖସିଲା ଟ୍ରକ୍‌

ନୟାଗଡ଼ (ସତ୍ୟାନାରାୟଣ ସୁରଜଗଦେବ): ଝିଅ ଘରକୁ ଭାର ନେଇ ଯାଉଥିଲେ। ହେଲେ ପହଞ୍ଚି ପାରିଲେ ନାହିଁ। ଅଧା ରାସ୍ତା ଧୋକ୍କା ଦେଲା ଗାଡ଼ି ଚାଳକ। ବେପରୁଆ ଗାଡ଼ିଚାଳନା ଯୋଗୁଁ ଟ୍ରକ ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିପଡ଼ିଲା। ଫଳରେ ୨ ଜଣଙ୍କ ଜୀବନ ଚାଲିଗଲା। ୩୦ରୁ ଅଧିକ ଗୁରୁତର ଆହତ ହୋଇ ନୟାଗଡ଼ ଓ ଦଶପଲ୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ବାଣିଗୋଚ୍ଛା ଥାନା କଳସାଖମଣ ପଞ୍ଚାୟତ ଗେଣ୍ଡାଳି ଗାଁରୁ ଏକ ଟ୍ରକ୍‌ରେ ଝିଆ ଘରକୁ ସାଦ ନେଇ […]

truck accident in nayagardh1

truck accident in nayagardh1

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 04:07 PM IST

ନୟାଗଡ଼ (ସତ୍ୟାନାରାୟଣ ସୁରଜଗଦେବ): ଝିଅ ଘରକୁ ଭାର ନେଇ ଯାଉଥିଲେ। ହେଲେ ପହଞ୍ଚି ପାରିଲେ ନାହିଁ। ଅଧା ରାସ୍ତା ଧୋକ୍କା ଦେଲା ଗାଡ଼ି ଚାଳକ। ବେପରୁଆ ଗାଡ଼ିଚାଳନା ଯୋଗୁଁ ଟ୍ରକ ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିପଡ଼ିଲା। ଫଳରେ ୨ ଜଣଙ୍କ ଜୀବନ ଚାଲିଗଲା। ୩୦ରୁ ଅଧିକ ଗୁରୁତର ଆହତ ହୋଇ ନୟାଗଡ଼ ଓ ଦଶପଲ୍ଲା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି।

ବାଣିଗୋଚ୍ଛା ଥାନା କଳସାଖମଣ ପଞ୍ଚାୟତ ଗେଣ୍ଡାଳି ଗାଁରୁ ଏକ ଟ୍ରକ୍‌ରେ ଝିଆ ଘରକୁ ସାଦ ନେଇ ଯାଉଥିଲେ। ଟ୍ରକ୍‌ରେ ୪୦ରୁ ଅଧିକ ଲୋକ ଥିଲେ। କିଛି ସମୟ ଭିତରେ ଝିଅ ଘରେ ପହଞ୍ଚି ଥାଆନ୍ତେ। ହେଲେ ରାସ୍ତାରେ ବସିଥିଲା ଯମ। ଝିଅ ଘରେ ପହଞ୍ଚିବା ପୂର୍ବରୁ ଅପରାହ୍ନ ୧୦ରୁ ୧୧ଟା ଭିତରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ରେ ପିଟି ହୋଇ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos