ଏସିଡ୍ ବୋଝେଇ ଟ୍ୟାଙ୍କରକୁ ଧକ୍କା ଦେଲା ଟ୍ରକ୍‌

accident

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଗୋପାଳପୁର ଜଙ୍କସନ ନିକଟରେ ଏକ ଏସିଡ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି।

ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଏସିଡ୍ ଟ୍ୟାଙ୍କରକୁ ଏକ ମାଲ୍ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଗୁରୁତର ହୋଇଛନ୍ତି । ସେ ଷ୍ଟିୟରିଂ ଭିତରେ ଚାପି ହୋଇ ରହିଥିବା ବେଳେ ବ୍ରହ୍ମପୁର ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ।

ଦୁର୍ଘଟଣାଗ୍ରସ୍ତ ଏସିଡ୍ ଟ୍ୟାଙ୍କରରୁ କିଛି ମାତ୍ରାରେ ଏସିଡ୍ ଲିକ୍ ହୋଇଥିଲା। ନିର୍ଗତ ଏସିଡ୍‌କୁ ମାଟିରେ ଛାଡି ଦିଆଯାଇଛି ଏବଂ ଟ୍ୟାଙ୍କରଟିକୁ ରାସ୍ତାକଡ଼କୁ ସ୍ଥାନାନ୍ତର କରାଯାଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

Previous ArticleNext Article

Send this to a friend