ତୀର୍ଥଯାତ୍ରୀ ବସ୍‌ ଓଲଟି ଜଣେ ମୃତ, ୨୦ ଆହତ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବେଗୁନିଆ ଛକ ନିକଟରେ ଆଜି ଏକ ତୀର୍ଥଯାତ୍ରୀ ବସ୍‌ ଏକ ନୟନଯୋରୀକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିବା ସହ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳେ ହାଓଡ଼ାରୁ୬୦ ଜଣ ଯାତ୍ରୀ ଧରି ଏକ ତୀର୍ଥଯାତ୍ରୀ ବସ୍ ଧାମନଗରରକୁ ଯାଉଥିବାବେଳେ ବେଗୁନିଆ ଛକ ନିକଟରେ ଭାରସାମ୍ୟ ହରାଇ ବସ୍‌ଟି ଖସିପଡ଼ିଥିଲା।

ଏହି ଦୁର୍ଘଟଣାରେ ନାସିରମ୍‌ ବେଗମ୍‌ ନାମକ ଜଣେ ମହିଳାଙ୍କର ଚାପିହୋଇ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୦ ଜଣ  ଗୁରୁତର ହୋଇଛନ୍ତି। ପରେ ଘଟଣାସ୍ଥଳରେ ଖନ୍ତାପଡ଼ା ପୋଲିସ୍‌ ପହଞ୍ଚିଥିଲା। ପୋଲିସ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆହତମାନଙ୍କୁ ଖନ୍ତାପଡ଼ା ଓ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Previous ArticleNext Article

Send this to a friend