ଫୁଡ଼ ପ୍ଲାଜା ବୋମାମାଡ଼ ଘଟଣାରେ ୨ ଗିରଫ

bomb 1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବାପୁଜିନିଗର ଫୁଡ ପ୍ଲାଜା ବେମାମାଡ ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଷ୍ଟାର ପିଣ୍ଟୁ ଓ ଲକି। ଆଜି ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟଚାଲଣ କରିଛି। ଲକି ଜଣେ ପୋଲିସ କର୍ମଚାରୀଙ୍କ ପୁଅ ବୋଲି ଜଣାପଡିଛି। ଉଭୟଙ୍କ ନାଁରେ ଏକାଧିକ ମାମଲା ରହିଛି। ଗତ କିଛିଦିନ ତଳେ କ୍ୟାପିଟାଲ ଥାନା ଅନ୍ତର୍ଗତ ଏକ ହୋଟେଲରେ ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ କରି ଏମାନେ ଫେରାର ଥିଲେ।

Previous ArticleNext Article

Send this to a friend