ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>କେନ୍ଦୁଝର/ସମ୍ବଲପୁର (ଓଡ଼ିଶା ରିପୋର୍ଟର): ପୋଖରୀରେ ବୁଡି ଆଜି ରାଜ୍ୟରେ ୨ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ମୃତ ପିଲା ଦୁଇଜଣ କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡିଛି।</p> <p>ସମ୍ବଲପୁର ଦେବଗଡ଼ ଥାନା ବଲ୍ଲମନୂଆ ଗାଁର ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ପଢୁଥିବା କୋଚିଂ ସେଣ୍ଟରର ଗଣେଶ ମୂର୍ତ୍ତି ଭସାଣ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।</p> <p>ସେହିପରି କେନ୍ଦୁଝର ସଦର ଥାନା ହର୍ଷପୁର ଗାଁରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗୋଧୋଇବାକୁ ଯାଇଥିବା ବେଳେ ପୋଖରୀରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡିଯାଇଥିଲେ। ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।