ନିଖୋଜ ଆଈ, ନାତୁଣୀଙ୍କ ମୃତଦେହ ଉଦ୍ଧାର

dead-body

କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଲକ ଖମାରପଦର ଗାଁରୁ ନିଖୋଜ ଥିବା ଆଈ, ନାତୁଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ୧୯ ବର୍ଷୀୟା ଉମର ଦେଇ ତାଙ୍କ ଆଈ ସବାଦେଇ ମାଝି।

ଗତକାଲି କନ୍ଦମୂଳ ଓ କରଡ଼ି ସଂଗ୍ରହ କରିବାକୁ ସେମାନେ ଜଙ୍ଗଲକୁ ଯାଇ ଆଉ ଫେରି ନ ଥିଲେ। ଆଖପାଖରେ ଖୋଜାଖୋଜି କରି ପରିବାର ଲୋକେ ଓ ଗ୍ରାମବାସୀ ନିରାଶ ହୋଇଥିଲେ। ଆଜି ଭୟଙ୍କ ଟିଫିନ୍ ବାକ୍ସ, କୋଦାଳ ଓ ଛତା ଗାଁ ପୋଖରୀ କୂଳରେ ପଡ଼ିଥିବା ଦେଖି ଗ୍ରାମବାସୀ ପୋଲିସ୍‌କୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ପୋଖରୀରେ ଖୋଜାଖୋଜି ପରେ ଉଭୟଙ୍କ ଶବ ମିଳିଥିଲା।

Previous ArticleNext Article

Send this to a friend