ଆନନ୍ଦପୁର (ମୁନା ସିଂହ): ଆନନ୍ଦପୁର-କରଞ୍ଜିଆ ରାସ୍ତାର ଗୋଡ଼ଭଙ୍ଗା ଘାଟିରେ ଆଜି ଏକ କାର୍ ଓଲଟି ପଡ଼ିବାରୁ ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ପୁଅ ସାମାନ୍ୟ ଆହତ ହୋଇଛନ୍ତି।
ମୃତକମାନେ ହେଲେ ଦେବଦତ୍ତ ମିଶ୍ର ଓ ତାଙ୍କ ପତ୍ନୀ ପୂର୍ଣ୍ଣଶଶି ମିଶ୍ର। ସେମାନଙ୍କ ଘର ଢେଙ୍କାନାଳ ଜିଲ୍ଲା ମାର୍ଥାପୁର ଅଞ୍ଚଳରେ। ସେମାନେ ଆଜି ନିଜ କାର୍ ଯୋଗେ ବାରିପଦାରୁ ଆନନ୍ଦପୁର ଆସୁଥିବା ବେଳେ ଗୋଡ଼ଭଙ୍ଗା ଘାଟିରେ କାର୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। କାର୍ଟିକୁ ସେମାନଙ୍କ ପୁଅ ପାରେଶ୍ୱର ଚଲାଉଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।