ହୀରାଖଣ୍ଡ ଓ ରାଉରକେଲା ଏକ୍ସପ୍ରେସ୍‌ ରାସ୍ତାରେ ଅଟକିଲା

ନାରାୟଣପାଟଣା (ପି.ଗୋବିନ୍ଦ ସୁବୁଦ୍ଧି): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ଆଜି ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଛି। ଏଥିରୁ ବାଦ ପଡ଼ିନି ମାଓପ୍ରବଣ କୋରାପୁଟ୍‌ ଜିଲ୍ଲା। ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ମାଟି ଧସିବାରୁ ହୀରାଖଣ୍ଡ ଓ ରାଉରକେଲା ଏକ୍ସପ୍ରେସ୍‌ ଅଧାରାସ୍ତାରେ ଅଟକି ରହିଛି। ଆଜି କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ୍‌ ନିକଟରେ ପାହାଡ଼ରୁ ମାଟି ଅତଡ଼ା […]

train

train

Ordigital Desk
  • Published: Tuesday, 14 August 2018
  • Updated: 14 August 2018, 08:33 PM IST

ନାରାୟଣପାଟଣା (ପି.ଗୋବିନ୍ଦ ସୁବୁଦ୍ଧି): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ଆଜି ସମଗ୍ର ରାଜ୍ୟରେ ବର୍ଷା ଲାଗି ରହିଛି। ଏଥିରୁ ବାଦ ପଡ଼ିନି ମାଓପ୍ରବଣ କୋରାପୁଟ୍‌ ଜିଲ୍ଲା। ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ମାଟି ଧସିବାରୁ ହୀରାଖଣ୍ଡ ଓ ରାଉରକେଲା ଏକ୍ସପ୍ରେସ୍‌ ଅଧାରାସ୍ତାରେ ଅଟକି ରହିଛି।

ଆଜି କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ୍‌ ନିକଟରେ ପାହାଡ଼ରୁ ମାଟି ଅତଡ଼ା ଧସି ଟ୍ରେନ୍‌ ଲାଇନ୍‌ ଉପରେ ପଡ଼ିଛି। ମାଟିରେ ଟ୍ରାକ୍‌ ଗୁଡ଼ିକ ପୋତି ହୋଇଯାଇଥିବାରୁ ରାଉରକେଲା ଏକ୍ସପ୍ରେସ୍‌ କାକିରିଗୁମ୍ମା ଓ ହୀରାଖଣ୍ଡ ବାଇଗୁଡ଼ା ନିକଟରେ ଅଟକ ରହିଛି।

ରେଳ ବିଭାଗ ଖବର ପାଇ ଉଦ୍ଧାର କାର୍ଯ୍ୟ ଚଳାଇଛି। ବର୍ଷା ଲାଗି ରହିଥିବାରୁ କାମରେ ବିଳମ୍ୱ ହେଉଛି। ଆଜି ରାତି ସୁଦ୍ଧା ଉଦ୍ଧାରକାର୍ଯ୍ୟ ସରିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos