ସୁନ୍ଦରଗଡ଼ରୁ ସାଉଦୀ ଆରବ: ଲମ୍ବିଛି ଦେହ ଲୋଭିଙ୍କ ଆଖି

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଦେହ ବ୍ୟବସାୟ ଏପରି ଏକ ସାମାଜିକ କଳଙ୍କ ଯାହା ସମାଜକୁ ଗ୍ରାସ କରିବାକୁ ବସିଛି। ଦୃଢ ପଦକ୍ଷେପ ନିଆଯାଉଛି, ହେଲେ ଲୁଚାଛପାରେ ଚାଲିଥିବା ଏହି ବ୍ୟବସାୟରେ ଆଙ୍କୁଶ ଲଗାଯିବା ସମ୍ଭବ ହେଉନାହିଁ। ଆମ ରାଜ୍ୟ ମଧ୍ୟ ଏଥିରୁ ପଛରେ ନାହିଁ। ତେବେ ଆଜି ଯେଉଁ ଘଟଣା ଜଣାପଡ଼ିଛି ଏହା ଆପଣଙ୍କୁ ହତବାକ କରିଦେବ। କାରଣ ସବୁ ସୀମା ସରହଦ ଡେଇଁ ଦେହ ବ୍ୟବସାୟ ଓଡ଼ିଶାରୁ ସାଉଦୀ ଆରବରେ ପହଞ୍ଚି ଯାଇଛି। ସାଉଦୀରୁ ଦୁଇ ଜଣ ଓଡ଼ିଆ ଯୁବତୀ ଉଦ୍ଧାର ହେବା ପରେ ଏହି ଘଟଣା ପଦାକୁ ଆସିଛି।

ଉଦ୍ଧାର ଯୁବତୀ ଦ୍ୱୟ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡିଛି। ଦେହ ଲୋଭି ଦଲାଲ ୨୫୦୦୦ ଟଙ୍କାରେ ଏମାନେଙ୍କୁ ସାଉଦୀ ଆରବରେ ବିକ୍ରି କରିଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଭାରତୀୟ ଦୂତାବାସ ସହାୟତାରେ ଉଦ୍ଧାର ହେବା ପରେ ଓଡ଼ିଶା ଆସି ରଘୁନାଥପାଲୀ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ଦ୍ୱୟ। ଅଭିଯୋଗ ଅନୁଯାୟୀ ବିଦେଶରେ ନିଯୁକ୍ତି ଦେବାକୁ କହି ଜଣେ ଦଲାଲ ଦୁହିଁକୁ ଡକାଇ ପ୍ରଥମେ ରାଉରକେଲାର ଏକ ହୋଟେଲରେ ରଖିଥିଲା। ପରେ ଅନ୍ୟ ଜଣଙ୍କ ଦ୍ୱାରା ଉଭୟଙ୍କ ଅଶ୍ଳୀଳ ଭିଡିଓ ସୁଟିଂ କରିଥିଲା। ଏହାପରେ  ବ୍ଲାକମେଲିଂ କରି ଉଭୟଙ୍କୁ ସାଉଦୀ ପଠାଇଥିଲା। ଦଲାଲ୍ ସେଠାରେ ଏକ ଘରେ ବନ୍ଦ ରଖି ଅନୈତିକ କାମରେ ଲଗାଯାଉଥିଲା ବୋଲି କହିଛନ୍ତି ଯୁବତୀମାନେ।

ଏବେ ବି ସେଠାରେ ୫୦ରୁ ଊର୍ଦ୍ଧ୍ୱ ଯୁବତୀ ବନ୍ଦୀ ଥିବା ଯୁବତୀ ଦ୍ୱୟ ପୋଲିସକୁ କହିଛନ୍ତି।

Ordigital Desk
• Published: Tuesday, 12 December 2017
• Updated: 12 December 2017, 05:54 PM IST

Sports

Latest News

ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ଦେହ ବ୍ୟବସାୟ ଏପରି ଏକ ସାମାଜିକ କଳଙ୍କ ଯାହା ସମାଜକୁ ଗ୍ରାସ କରିବାକୁ ବସିଛି। ଦୃଢ ପଦକ୍ଷେପ ନିଆଯାଉଛି, ହେଲେ ଲୁଚାଛପାରେ ଚାଲିଥିବା ଏହି ବ୍ୟବସାୟରେ ଆଙ୍କୁଶ ଲଗାଯିବା ସମ୍ଭବ ହେଉନାହିଁ। ଆମ ରାଜ୍ୟ ମଧ୍ୟ ଏଥିରୁ ପଛରେ ନାହିଁ। ତେବେ ଆଜି ଯେଉଁ ଘଟଣା ଜଣାପଡ଼ିଛି ଏହା ଆପଣଙ୍କୁ ହତବାକ କରିଦେବ। କାରଣ ସବୁ ସୀମା ସରହଦ ଡେଇଁ ଦେହ ବ୍ୟବସାୟ ଓଡ଼ିଶାରୁ ସାଉଦୀ ଆରବରେ ପହଞ୍ଚି ଯାଇଛି। ସାଉଦୀରୁ ଦୁଇ ଜଣ ଓଡ଼ିଆ ଯୁବତୀ ଉଦ୍ଧାର ହେବା ପରେ ଏହି ଘଟଣା ପଦାକୁ ଆସିଛି।

ଉଦ୍ଧାର ଯୁବତୀ ଦ୍ୱୟ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡିଛି। ଦେହ ଲୋଭି ଦଲାଲ ୨୫୦୦୦ ଟଙ୍କାରେ ଏମାନେଙ୍କୁ ସାଉଦୀ ଆରବରେ ବିକ୍ରି କରିଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଭାରତୀୟ ଦୂତାବାସ ସହାୟତାରେ ଉଦ୍ଧାର ହେବା ପରେ ଓଡ଼ିଶା ଆସି ରଘୁନାଥପାଲୀ ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ଦ୍ୱୟ। ଅଭିଯୋଗ ଅନୁଯାୟୀ ବିଦେଶରେ ନିଯୁକ୍ତି ଦେବାକୁ କହି ଜଣେ ଦଲାଲ ଦୁହିଁକୁ ଡକାଇ ପ୍ରଥମେ ରାଉରକେଲାର ଏକ ହୋଟେଲରେ ରଖିଥିଲା। ପରେ ଅନ୍ୟ ଜଣଙ୍କ ଦ୍ୱାରା ଉଭୟଙ୍କ ଅଶ୍ଳୀଳ ଭିଡିଓ ସୁଟିଂ କରିଥିଲା। ଏହାପରେ  ବ୍ଲାକମେଲିଂ କରି ଉଭୟଙ୍କୁ ସାଉଦୀ ପଠାଇଥିଲା। ଦଲାଲ୍ ସେଠାରେ ଏକ ଘରେ ବନ୍ଦ ରଖି ଅନୈତିକ କାମରେ ଲଗାଯାଉଥିଲା ବୋଲି କହିଛନ୍ତି ଯୁବତୀମାନେ।

ଏବେ ବି ସେଠାରେ ୫୦ରୁ ଊର୍ଦ୍ଧ୍ୱ ଯୁବତୀ ବନ୍ଦୀ ଥିବା ଯୁବତୀ ଦ୍ୱୟ ପୋଲିସକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos