ପଡ଼ୋଶୀଙ୍କ ଆକ୍ରମଣରେ ଜେଜେମା ଓ ନାତୁଣୀ ମୃତ

murder

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବାଦିଆମ୍ବ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପଡ଼ୋଶୀଙ୍କ ଆକ୍ରମଣରେ ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କମା ସେଠୀ ଓ ତାଙ୍କ ନାତୁଣୀ ଶ୍ରୀୟା କମାଙ୍କ।

ପଡୋଶୀ ରଂଜନ ନାମକ ଜଣେ ବ୍ୟକ୍ତି ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ  ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ପଡ଼ୋଶୀ ରଞ୍ଜନ ସେମାନଙ୍କୁ କାହିଁକି ଆକ୍ରମଣ କରିଛନ୍ତି ଏହାର କାରଣ ଅସ୍ପଷ୍ଟ ରହିଛି।

Previous ArticleNext Article

Send this to a friend