ପୋଲ ତଳକୁ ଖସି ପଡ଼ିଲା କାର୍: ୨ମୃତ

ଭବାନୀପାଟଣା(ଅଜିତ୍‌ ସିଂ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଏନ୍‌ଏଚ୍‌-୧୬ କାଂଶବାହାଲ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ନିର୍ମାଣାଧୀନ ପୋଲ ତଳକୁ କାର୍‌ଟି ଖସିପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବ୍ୟବସାୟୀ ଦୀନେଶ ଜୈନ ଓ ସଞ୍ଜୟ ଅଗ୍ରୱାଲ। ଉଭୟଙ୍କ ଘର କେସିଙ୍ଗାରେ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ୱିତ ରାତିରେ ସେମାନେ ରାଉରକେଲାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି  ବ୍ୟବଚ୍ଛେଦ ପାଇଁ ପଠାଇଛି।

Previous ArticleNext Article

Send this to a friend