କାନ୍ଥ ଭୁଶୁଡ଼ି ୨ ଭଉଣୀଙ୍କ ମୃତ୍ୟୁ

<p>ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଉଦିତ୍&zwnj; ନଗର ଥାନା ଅନ୍ତର୍ଗତ ମାଲଗୋଦାମ ବସ୍ତିରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ପଡ଼ିବାରୁ&nbsp; ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ସୌମ୍ୟା ଓ ସୁଜାତା।</p> <p>ଗତ କିଛି ଦିନ ଧରି ଜାରି ରହିଥିବା ଲଗାଣ ବର୍ଷାରେ ପିଣ୍ଟୁ ବାରିକଙ୍କ ଘରର କାନ୍ଥ ଦୁର୍ବଳ ହୋଇଯାଇଥିଲା। ଗତକାଲି ରାତିରେ ତାଙ୍କ ପରିବାର ଲୋକେ ଶୋଇଥିଲା ବେଳେ ହଠାତ୍&zwnj; କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ପିଣ୍ଟୁଙ୍କ ଦୁଇ ଝିଅ ସୌମ୍ୟା ଓ ସୁଜାତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣକ ବୟସ ୫ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକର ବୟସ ୭ ବର୍ଷ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଆଉ ଜଣେ ଆହତ ମଧ୍ୟ ହୋଇଛନ୍ତି।</p>

Ordigital Desk
  • Published: Saturday, 28 July 2018
  • Updated: 28 July 2018, 09:25 AM IST
<p>ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଉଦିତ୍&zwnj; ନଗର ଥାନା ଅନ୍ତର୍ଗତ ମାଲଗୋଦାମ ବସ୍ତିରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ପଡ଼ିବାରୁ&nbsp; ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ସୌମ୍ୟା ଓ ସୁଜାତା।</p><p>ଗତ କିଛି ଦିନ ଧରି ଜାରି ରହିଥିବା ଲଗାଣ ବର୍ଷାରେ ପିଣ୍ଟୁ ବାରିକଙ୍କ ଘରର କାନ୍ଥ ଦୁର୍ବଳ ହୋଇଯାଇଥିଲା। ଗତକାଲି ରାତିରେ ତାଙ୍କ ପରିବାର ଲୋକେ ଶୋଇଥିଲା ବେଳେ ହଠାତ୍&zwnj; କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ପିଣ୍ଟୁଙ୍କ ଦୁଇ ଝିଅ ସୌମ୍ୟା ଓ ସୁଜାତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତ ଦୁଇ ଭଉଣୀଙ୍କ ମଧ୍ୟରୁ ଜଣକ ବୟସ ୫ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକର ବୟସ ୭ ବର୍ଷ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଆଉ ଜଣେ ଆହତ ମଧ୍ୟ ହୋଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos