ଉଲିବୁରୁ ମହାଦୁର୍ନୀତି ମାମଲା: ଆସନ୍ତାକାଲି ହେବ ତତ୍କାଳୀନ ଉପ ନିର୍ଦ୍ଦେଶକଙ୍କ ଜାମିନ ଆବେଦନ ଶୁଣାଣି

କେନ୍ଦୁଝର:ଉଲିବୁରୁ ମହାଦୁର୍ନୀତି ମାମଲାରେ ଅଭିଯୁକ୍ତ ଯୋଡ଼ା ଖଣିକ୍ଷେତ୍ରର ତତ୍କାଳୀନ ଉପ ନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତିଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ହେବ। ୬ ଦିନିଆ ବିଚାର ବିଭାଗୀୟ ହାଜତ ମିଆଦ ପୂରିବା ପରେ ଗୁରୁବାର ମାନସଙ୍କୁ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ମାନସଙ୍କ ଓକିଲ ତାଙ୍କ ଜାମିନ ପାଇଁ ଆବେଦନ କରିଥିଲେ। କୋର୍ଟ ଜାମିନ ଆବେଦନର ଶୁଣାଣି ଶୁକ୍ରବାର କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଏଥିସହିତ ମାନସଙ୍କୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ବିଚାର […]

New Picture (67)

New Picture (67)

Rakesh Mallick
  • Published: Thursday, 02 July 2015
  • Updated: 02 July 2015, 12:06 PM IST

Sports

Latest News

କେନ୍ଦୁଝର:ଉଲିବୁରୁ ମହାଦୁର୍ନୀତି ମାମଲାରେ ଅଭିଯୁକ୍ତ ଯୋଡ଼ା ଖଣିକ୍ଷେତ୍ରର ତତ୍କାଳୀନ ଉପ ନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତିଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ହେବ। ୬ ଦିନିଆ ବିଚାର ବିଭାଗୀୟ ହାଜତ ମିଆଦ ପୂରିବା ପରେ ଗୁରୁବାର ମାନସଙ୍କୁ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ମାନସଙ୍କ ଓକିଲ ତାଙ୍କ ଜାମିନ ପାଇଁ ଆବେଦନ କରିଥିଲେ। କୋର୍ଟ ଜାମିନ ଆବେଦନର ଶୁଣାଣି ଶୁକ୍ରବାର କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଏଥିସହିତ ମାନସଙ୍କୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଦୀପକ ଗୁପ୍ତା ମଧ୍ୟ ଆଜି କୋର୍ଟରେ ନିୟମିତ ହାଜିରା ଦେଇଛନ୍ତି। ୨୦୦୩ ଜୁଲାଇରୁ ୨୦୦୫ ଜୁଲାଇ ପର୍ଯ୍ୟନ୍ତ ମାନସ ରଞ୍ଜନ ଯୋଡ଼ା ଖଣି କ୍ଷେତ୍ରରେ ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ଏହି ସମୟରେ ଦୀପକ ଗୁପ୍ତାଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ପ୍ରମାଣ ମିଳିଥିଲା। ୨୦୧୩ ଜୁନ୍ ୨୫ ତାରିଖରେ ଉଲିବୁରୁରେ ହୋଇଥିବା ୧୮୦୦ କୋଟି ଟଙ୍କାରୁ ଅଧିକ ମହାଦୁର୍ନୀତି ସମ୍ପର୍କରେ ପ୍ରଥମେ ଓଟିଭିରେ ପର୍ଦ୍ଦାଫାଶ କରାଯାଇଥିଲା। ୨୦୧୩ ଜୁଲାଇ ୧୩ ତାରିଖରେ ମାନସଙ୍କୁ ନିଲମ୍ୱିତ କରାଯାଇଥିଲା। ଏହି ମାମଲାରେ ୨୬ଜଣ ଅଭିଯୁକ୍ତ ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୪ଜଣ ଗିରଫ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos